ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ସଂଘର୍ଷରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ସମେତ ୧୪ଜଣଙ୍କୁ ଗିରଫ କରାଯାଇଥିବା କଥା ଦିଲ୍ଲୀ ପୁଲିସ କହିଛି। ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲଟିକୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଉଦ୍ଧାର କରାଯାଇଛି। ୨୦୨୦ ମଧ୍ୟ ଉକ୍ତ ବ୍ୟକ୍ତିଜଣକ ଅନ୍ୟ ଏକ ପୁଲିସ ମାମଲାରେ ସମ୍ପୃକ୍ତ ଥିଲା। ତେବେ ସବୁଠୁ ବଡ଼ କଥା ହେଲା ଗିରଫ ହୋଇଥିବା ୧୪ଜଣ ହେଉଛନ୍ତି ଗୋଟିଏ ସମ୍ପ୍ରଦାୟର।
ସମାନ ସମ୍ପ୍ରଦାୟର ୧୪ଜଣ ଅଭିଯୁକ୍ତ ଗିରଫ କରିବାରୁ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଏବେ ପ୍ରଶ୍ନ ଉଠିଛି। ତେବେ ଘଟଣା ବାବଦରେ ପଚରାଯିବାରୁ ଦିଲ୍ଲୀ ପୁଲିସ କମିସନର ଦିପେନ୍ଦ୍ର ପାଠକ ଉତ୍ତର ଦେଇ କହିଛନ୍ତି ଯେ ଶୋଭାଯାତ୍ରାରେ ଖଣ୍ଡା ବୁଲାଇବା ସହ ଏବଂ ବନ୍ଧୁକ ଧରି ଗୁଳି ଚାଳନା କରିବାର କିଛି ଭିଡିଓ ଆମକୁ ମିଳିଛି। ଭିଡିଓ ଦେଖି ଅନୁସନ୍ଧାନ କରିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/post_attachments/wp-content/uploads/2022/04/dc.jpg)
ଯେତେବେଳେ ସ୍ପେଶାଲ ସିପିଙ୍କୁ ପ୍ରଶ୍ନ ପଚରାଗଲା ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ୧୪ଜଣଙ୍କୁ ଗିରଫ କରାଯାଇଛି ଯେଉଁମାନେ କେବଳ ଗୋଟିଏ ସମ୍ପ୍ରଦାୟର ଅଟନ୍ତି, ଏହା କାହିଁକି? ଏହାର ଜବାବରେ ଦେବେନ୍ଦ୍ର କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ପରେ ଆମେ ୧୪ଜଣଙ୍କୁ ଗିରଫ କରିଛୁ। ଏବେ ତଦନ୍ତ ଜାରି ରହିଛି। ଅଧିକ ପ୍ରମାଣ ଓ ସୂଚନ ମିଳିଲେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ସଂଘର୍ଷ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନା, ବାଦବିବାଦ ପରେ ହଠାତ୍ ଆରମ୍ଭ ହୋଇଥିଲା, ତାହା ଜାଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ସଂଘର୍ଷସ୍ଥଳର ଅଳ୍ପ କେତେ ମିଟର୍ ଦୂରେ ଅବସ୍ଥିତ ‘ଜି’ ବ୍ଲକ୍ର ବାସିନ୍ଦାମାନେ କହିଛନ୍ତି ଯେ, ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଟେକାପଥର, ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଦ୍ବାରା ଆମକୁ ଆକ୍ରମଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-141.jpg)