ନୂଆଦିଲ୍ଲୀ: ରାଜସ୍ଥାନ ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସ ଦୌଡ଼ିବାକୁ ନେଇ ସବୁଜ ସଙ୍କେତ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଏହାର ଶୁଭାରମ୍ଭ କରିଛନ୍ତି।

Advertisment

ବନ୍ଦେ ଭାରତ ଏକ୍ସପ୍ରେସ ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଯାତ୍ରା କରିଛି। ଦିଲ୍ଲୀ ଓ ଆଜମେର ବନ୍ଦେ ଭାରତ ଏକ୍ସପ୍ରେସ ଜୟପୁର ରାସ୍ତାରେ ଯିବ। ଅର୍ଥାତ ଏହି ଟ୍ରେନ ଦିଲ୍ଲୀ ଓ ଜୟପୁର ପାଇଁ ବି ଉପଲବ୍ଧ ହେବ।

PM Modi to flag off Delhi-Jaipur-Ajmer Vande Bharat Express today; regular  service starting from 13 April | Mint

ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ଏପ୍ରିଲ ୧୩ରୁ ଆରମ୍ଭ ହେବ। ଟ୍ରେନଟି ଆଜମେରରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ବୁଧବାରକୁ ଛାଡ଼ି ଅନ୍ୟ ସବୁଦିନେ ଯାତ୍ରା କରିବ। ଏହି ସମୟରେ ଜୟପୁର, ଅଲୱର ଓ ଗୁରୁଗ୍ରାମରେ ରହିବ।

ରେଳବାଇର କହିବାନୁସାରେ, ଦିଲ୍ଲୀ-ଜୟପୁର ରାସ୍ତା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସରେ କିଛି ପରିବର୍ତ୍ତନ କରାଯାଇଛି। କାରଣ ଏହି ଦିଗରେ ଡବଲ-ଡେକର ଟ୍ରେନ ଚାଲିଥାଏ। ସେଥିପାଇଁ ଏହି ରାସ୍ତାରେ ବିଜୁଳି ତାରର ଉଚ୍ଚତା ଅଧିକ ରହିଛି। ଏଯାବତ ଚାଲିଥିବା ୧୪ଟି ବନ୍ଦେ ଭାରତ ଟ୍ରେନରେ ଏହି ସମସ୍ୟା ଦେଖା ଦେଇ ନଥିଲ।

ଦିଲ୍ଲୀ ଓ ଆଜମେର ମଧ୍ୟରେ ଥିବା ୪୪୨.୫୫କିମି ଦୂରତାକୁ ଏହି ଦ୍ରୁତଗାମୀ ଟ୍ରେନ ୫.୧୫ ମିନିଟରେ ପୂରଣ କରିବ। ବର୍ତ୍ତମାନ ଏହି ପଥରେ ଚାଲୁଥିବା ଶତାବ୍ଦୀ ଟ୍ରେନ ୪୪୨.୫୫କିମି ଦୂରତାକୁ ଅତିକ୍ରମ କରିବାକୁ ୬ଘଣ୍ଟା ୧୫ମିନିଟର ସମୟ ନେଇଥାଏ। ଏହାକୁ ଦେଖିବାକୁ ଗଲେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏହାର ଏହା ୧ ଘଣ୍ଟା ପୂର୍ବରୁ ପହଞ୍ଚିଯିବ।

ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ବୁକିଂ ଆଇଆରସିଟିସି ସାଇଟରେ ଉପଲବ୍ଧ ରହିଛି। ଆଇଆରସିଟିସି ଅନୁଯାୟୀ, ଦିଲ୍ଲୀ-ଆଜମେର ବନ୍ଦେ ଭାରତ (୨୦୯୭୮) ଟ୍ରେନ ଦିଲ୍ଲୀ କ୍ୟାଣ୍ଟରୁ ସନ୍ଧ୍ୟା ୬ଟା ୪୦ ରେ  ବାହାରି ଆଜମେରରେ ୧୧ଟା ୫୫ରେ ପହଞ୍ଚି। ଏଥିପାଇଁ ଏସି ଚେୟାର କାର ପାଇଁ ୧୨୫୦ ଟଙ୍କା  ଭଡ଼ା ଓ ଏକଜିକ୍ୟୁଟିଭ୍ ଚେୟାର କାର ପାଇଁ ୨୨୭୦ଟଙ୍କା  ଭଡ଼ା ରହିଛି।

Delhi-Jaipur-Ajmer New Vande Bharat Express Train! Fare, Timings, Stoppage  and other details - informalnewz

ଆଜମେର-ଦିଲ୍ଲୀ ବନ୍ଦେ ଭାରତ (୨୦୯୭୭) ଟ୍ରେନ ଆଜମେର ଠାରୁ ୬ଟା ୨୦ରେ ବାହାରି ୧୧ଟା ୩୫ରେ ଦିଲ୍ଲୀ କ୍ୟାଣ୍ଟରେ ପହଞ୍ଚିବ। ଏଥିପାଇଁ ଏସି ଚେୟାର କାର ପାଇଁ ୧୦୮୫ ଟଙ୍କା  ଓ ଏକଜିକ୍ୟୁଟିଭ୍ ଚେୟାର କାର ପାଇଁ ୨୦୭୫ ଟଙ୍କା ଭଡ଼ା ରହିଛି।

ସେହିପରି ଜୟପୁର ଓ ଦିଲ୍ଲୀ ବନ୍ଦେ ଭାରତ (୨୦୯୭୭) ଟ୍ରେନ ଜୟପୁରରୁ ୭ଟା ୫୫ରେ ବାହାରି ୧୧ଟା ୫୫ରେ ଦିଲ୍ଲୀ କ୍ୟାଣ୍ଟରେ ପହଞ୍ଚିବ। ଏସି ଚେୟାର କାର ପାଇଁ ୮୮୦ଟଙ୍କା  ଓ ଏକଜିକ୍ୟୁଟିଭ୍ ଚେୟାର କାର ପାଇଁ ୧୬୫୦ ଟଙ୍କା ଭଡ଼ା ରହିଛି।

ଏଥିସହିତ ଦିଲ୍ଲୀ ଓ ଜୟପୁର ବନ୍ଦେ ଭାରତ (୨୦୯୭୮) ଟ୍ରେନ ଦିଲ୍ଲୀ କ୍ୟାଣ୍ଟରୁ  ୬ଟା ୪୦ରେ ବାହାରି ଜୟପୁରରେ ୧୦ଟା ୫ରେ ପହଞ୍ଚିବ। ଏଥିପାଇଁ ଏସି ଚେୟାର କାର ପାଇଁ ଭଡ଼ା ୧୦୫୦ଟଙ୍କା ଥିବ‌ା ବେଳେ ଏକଜିକ୍ୟୁଟିଭ୍ ଚେୟାର କାର ପାଇଁ ୧୮୪୫ ଟଙ୍କା  ଭଡ଼ା ରହିଛି।