ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ଜଳ ବୋର୍ଡ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ବ୍ୟବହାର କରାଯାଉଥିବା ପାଣି ପିଇବା ଉପଯୋଗୀ ନୁହେଁ ବୋଲି ବିଆଇଏସ୍ ରିପୋର୍ଟରେ କୁହାଯିବା ପରେ ଦିଲ୍ଲୀ ଜଳ ବୋର୍ଡ ଜଳ ନମୁନା ନେଇ ପରୀକ୍ଷା କରିବ ବୋଲି ସୂଚନା ମିଳିଛି। ପ୍ରାୟ ୩,୦୦୦ଜଳ ନମୁନା ପରୀକ୍ଷା କରାଯିବ ବୋଲି ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କୁହାଯାଇଛି।
/sambad/media/post_attachments/78a41dc4a5ea2596cb2ebd001d7ff176e992969c587e50f09725e62f7089ee88.jpg)
ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଦିନେଶ ମୋହନିଆଙ୍କ କହିବା ମୁତାବକ, ପ୍ରତି ୱାର୍ଡରୁ ୫ଟି ଜଳ ନମୁନା ନିଆଯିବ। ପ୍ରାୟ ୩,୦୦୦ଜଳ ନମୁନା ନିଆଯାଇ ସ୍ଥାପିତ ମାନଦଣ୍ଡ ଓ ମାନକ ସଞ୍ଚାଳନ ପ୍ରକ୍ରିୟା ଅନୁସାରେ ଜଳ ପରୀକ୍ଷା କରାଯିବ। ନକଲି ସର୍ବେକ୍ଷଣ ଦ୍ବାରା ଭୁଲ ତଥ୍ୟ ପ୍ରସାରକୁ ରୋକିବା ପାଇଁ ଏହି ପରୀକ୍ଷା କରାଯାଉଥିବା ସେ କହିଛନ୍ତି। ସୂଚନା ମୁତାବକ, କେନ୍ଦ୍ରୀୟ ଉପଭୋକ୍ତା ମନ୍ତ୍ରୀ ରାମବିଲାସ ପାଶଓ୍ବାନ ନଭେମ୍ବର ୧୬ରେ ବ୍ୟୁରୋ ଅଫ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡର ରିପୋର୍ଟ ଜାରି କରିଥିଲେ। ଯେଉଁଥିରେ ଲେଖାଥିଲା କି, ସହରର ୧୧ଟି ସ୍ଥାନରୁ ଜଳ ନମୁନା ନେଇ ପରୀକ୍ଷା କରାଯାଇଥିବା ବେଳେ ତାହା ପିଇବା ଉପଯୋଗୀ ନୁହେଁ ବୋଲି ଜଣା ପଡ଼ିଛି। ଜାରି କରାଯାଇଥିବା ଏହି ରିପୋର୍ଟକୁ ଭୁଲ ପ୍ରମାଣିତ କରିବା ପାଇଁ ଏବେ ଜଳ ବୋର୍ଡ ୩,୦୦୦ ଜଳଳ ନମୁନନା ପରୀକ୍ଷା କରିବାକୁ ଯାଉଛି।