ଜାମା ମସଜିଦ ତଳେ ହିନ୍ଦୁ ଦେବା-ଦେବୀଙ୍କ ମୂର୍ତ୍ତି ଥିବା କହି ଯାଞ୍ଚ କରିବାକୁ ଦାବି କଲା ହିନ୍ଦୁ ମହାସଭା

ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷ ଦାବି କରିବା ପରେ ଏବେ ଉତ୍ତେଜନା ଦେଖାଦେଇଛି। ଏନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ ହେବା ବାକି ଥିବା ବେଳେ ହିନ୍ଦୁ ମହାସଭା ଦିଲ୍ଲୀର ଜାମା ମସଜିଦର ଯାଞ୍ଚ ପାଇଁ ଦାବି କରିଛି। ଜାମା ମସଜିଦର ଯାଞ୍ଚ ପାଇଁ ହିନ୍ଦୁ ମହାସଭା ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ଦାବି କରାଯାଇଛି ଯେ ଜାମା ମସଜିଦର ସିଡ଼ି ତଳେ ହିନ୍ଦୁ ଦେବୀ-ଦେବତାଙ୍କ ମୂର୍ତ୍ତି ରହିଛି।

ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ତାଙ୍କୁ ଜାମା ମସଜିଦ ଉପରେ ସର୍ଭେ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ମସଜିଦର ପାହାଚ ତଳେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି। ତେଣୁ ଏହାକୁ ଖୋଳି ମୂର୍ତ୍ତି ବାହାର କରାଯିବା ଜରୁରୀ। ବାରାଣାସୀର ଜ୍ଞାନବାପି ମସଜିଦରେ ଏକ ଶିବଲିଙ୍ଗ ମିଳିବା ଦାବି କରାଯାଉଥିବା ବେଳେ ହିନ୍ଦୁ ମହାସଭା ଏବେ ଏଭଳି ଦାବି କରିଛି।

aajtak

ତେବେ ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷ ଭିନ୍ନ ଭିନ୍ନ ଦାବି କରିଛନ୍ତି। ଭିଡିଓଗ୍ରାଫି ସର୍ଭେ ‌କାର୍ଯ୍ୟ ଶେଷ ହେବା ପରେ ହିନ୍ଦୁ ପକ୍ଷର ଆଇନଜୀବୀ ଶିବଲିଙ୍ଗ ଥିବା ଦାବି କରିଥିଲେ। ହେଲେ ମୁସଲିମ ପକ୍ଷ ଶିବଲିଙ୍ଗକୁ ଫାଉଣ୍ଟେନ ବୋଲି ଦାବି କରିଛି। ମସଜିଦ ନିର୍ମାଣ ସମୟରେ ଫାଉଣ୍ଟେନ ନିର୍ମାଣ କରାଯାଇଥିଲା ବୋଲି ମୁସଲିମ ପକ୍ଷ ଦାବି କରିଛି।

ସମ୍ବନ୍ଧିତ ଖବର