ଦିଲ୍ଲୀ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ଙ୍କ ଆଦେଶ କାର୍ଯ୍ୟକାରୀ ହେବ: ଅରବିନ୍ଦ ‌ କେଜ୍ରିୱାଲ୍

ନୂଆଦିଲ୍ଲୀ: ଏହା ଯୁକ୍ତିତର୍କର ସମୟ ନୁହେଁ ବୋଲି ଗୁରୁତ୍ବାରୋପ କରି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଲେ ଯେ ଡାକ୍ତରଖାନା ଶଯ୍ୟା ପ୍ରସଙ୍ଗରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ଙ୍କ ଆଦେଶ କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ ହସ୍ପିଟାଲ୍‌ମାନଙ୍କର ବେଡ୍  କେବଳ ଦିଲ୍ଲୀବାସୀ କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରହିବ ନାହିଁ ବୋଲି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ ସୋମବାର ଦିନ ଆଦେଶ ଦେଇ କହିଥିଲେ।

ଆଜି ଭର୍ଚ୍ୟୁଆଲ୍ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଲେ ଯେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ନିର୍ଦେଶାବଳୀକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ। ଏବେ ଦ୍ବିମତ ହେବାର କି, ଯୁକ୍ତି କରିବାର ବେଳ ନୁହେଁ। କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ସରକାର ପାଳନ କରିବ ଏବଂ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍‌ଙ୍କ ଆଦେଶ ପ୍ରଣୟନ କରିବ।

Image Courtesy of Hindustan Times

କେଜ୍ରିୱାଲ୍ କହିଲେ, ସମସ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଆମେ ପାରୁପର୍ଯ୍ୟନ୍ତ ବ୍ୟବସ୍ଥା କରିବା। ଆମେ ମିଳିତ ଭାବେ କୋଭିଡ୍-୧୯ ବିରୋଧରେ ସଂଗ୍ରାମ କରିବା। ସେ ଅବଶ୍ୟ କହିଛନ୍ତି ଯେ, ଯଦି ଦିଲ୍ଲୀ ଡାକ୍ତରଖାନାମାନଙ୍କରେ ଅନ୍ୟ ରାଜ୍ୟର କୋଭିଡ୍-୧୯ ସଂକ୍ରମିତଙ୍କୁ ଚିକିତ୍ସା କରାଯାଏ ତେବେ, ଜୁଲାଇ ମାସରେ ‌ସଂକ୍ରମିତମାନଙ୍କ ନିମନ୍ତେ ଅଧିକ ଶଯ୍ୟା ଆବଶ୍ୟକ ହେବ।

 

ସମ୍ବନ୍ଧିତ ଖବର