‘ଦିଲ୍ଲୀ ଡାଇଲଗ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କମିସନ୍’ର ଉପାଧ୍ୟକ୍ଷ ପଦରୁ ଜାସ୍ମିନ୍‌ ଶାହଙ୍କୁ ହଟାଇବା ପାଇଁ ଆଦେଶ ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଅଫିସ୍‌କୁ ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର କରୁଥିବାରୁ ‘ଦିଲ୍ଲୀ ଡାଇଲଗ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କମିସନ୍‌’ର ଉପାଧ୍ୟକ୍ଷ ପଦରୁ ଜାସ୍ମିନ୍‌ ଶାହଙ୍କୁ ହଟାଇବା ପାଇଁ ଉପରାଜ୍ୟପାଳ ଭି.କେ. ସାକ୍‌ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ କହିଛନ୍ତି।

ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ. ସାକ୍‌ସେନା ଉପରୋକ୍ତ ଆଦେଶ ଜାରି କରିବା ସହିତ ଶାହଙ୍କ ଅଫିସରେ ତାଲା ପକାଇବାକୁ ନିର୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଜାତୀୟ ରାଜଧାନୀର ଶାମନାଥ ମାର୍ଗରେ ଥିବା ଶାହାଙ୍କ କାର୍ଯ୍ୟାଳୟରେ ଗୁରୁବାର ରାତିରେ ତାଲା ପକାଯିବା ସଙ୍ଗେ ସଙ୍ଗେ ସରକାରୀ ଗାଡ଼ି ସମେତ ତାଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧା ସବୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି।

Image Courtesy of NDTV

ଶାହା ‘ଆପ୍‌’ର ରାଜନୈତିକ ମୁଖପାତ୍ର ଭଳି କାମ କରି ସର୍ବସାଧାରଣଙ୍କ କାର୍ଯ୍ୟାଳୟର ଅପବ୍ୟବହାର କରୁଛନ୍ତି ବୋଲି ‘ବିଜେପି’ ସାଂସଦ ପ୍ରବେଶ ବର୍ମା  ସେପ୍ଟେମ୍ବର ମାସରେ ଅଭି‌ଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରରେ ଉପରାଜ୍ୟପାଳ ଶାହଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ନୋଟିସ୍‌ ଜାରି ହେବାର ମାସକ ପରେ ତାଙ୍କୁ ବହିଷ୍କାର କରିବା ଲାଗି ଉପରାଜ୍ୟପାଳ ଆଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ଜାସ୍ମିନ୍‌ ଶାହ ‘ଆପ୍‌’ରେ ଯୋଗ ଦେଇଥିଲେ। ୨୦୧୮ରେ ସେ ‘‘ଦିଲ୍ଲୀ ଡାଇଲଗ୍‌ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ କମିସନ୍‌’ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବୀ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ସମକକ୍ଷ ଅଟେ।

ସମ୍ବନ୍ଧିତ ଖବର