ଥମୁନି ଦିଲ୍ଲୀ ପୁଲିସ-ଓକିଲ ବିବାଦ : ପୁଲିସ ଆବେଦନ ହାଇ‌େକାର୍ଟରେ ଖାରଜ, କାର୍ଯ୍ୟାନୁଷ୍ଠାନ ପାଇଁ ବାର କାଉନସିଲ୍‌ର ଦାବି

ନୂଆଦିଲ୍ଲୀ : ଦିଲ୍ଳୀରେ ପୁଲିସ ଏବଂ ଓକିଲମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଜଟିଳ ହେବାକୁ ଲାଗିଛି। ପୁଲିସ ବିରୋଧ‌େର କାର୍ଯ୍ୟାନୁଷ୍ଠାନ ଦାବିରେ ଓକିଲମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଂଚିଛି। ବାର କାଉନସିଲ ଅଫ୍‌ ଇଣ୍ଡିଆ ଆଜି ଓକିଲମାନଙ୍କ ସପକ୍ଷରେ ଅଣ୍ଟା ଭିଡ଼ିବା ସହିତ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଅନ୍ୟପକ୍ଷରେ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଯାଇଥିବା ଦିଲ୍ଲୀ ପୁଲିସକୁ ଆଜି ନିରାଶ ହେବାକୁ ପଡ଼ିଛି। ଓକିଲଙ୍କ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ଓକିଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଦ୍ବିତୀୟ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ସାକେତ କୋର୍ଟ ମାମଲାରେ ଏଫ୍‌ଆଇଆର୍‌ ରୁଜୁ ପାଇଁ କୋର୍ଟଙ୍କ ଅନୁମତି ଲୋଡ଼ିଥିଲା ଦିଲ୍ଲୀ ପୁଲିସ। ହାଇକୋର୍ଟ କହିଛନ୍ତି ‌େଯ ୩ ନଭେମ୍ବର ଆଦେଶକୁ ନେଇ କୌଣସି ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ। ମୁଖ୍ୟ ବିଚାରପତି ଡି ଏନ୍‌ ପଟେଲ ଏବଂ ଜଷ୍ଟିସ୍‌ ସି. ହରିଶଙ୍କର ୩ ନଭେମ୍ବର ରାୟ ଉପରେ ସ୍ପଷ୍ଟୀକରଣ ମଗାଯାଇଥିବା ଆବେଦନକୁ ଖାରଜ କରି କହିଛନ୍ତି ଯେ ଏହି ରାୟ ସଂପୂର୍ଣ୍ଣ ସ୍ପଷ୍ଟ ଥିଲା ଏବଂ ତାହା ହିଁ ବଳବତ୍ତର ରହିଛି।

ସୂଚନାଯୋଗ୍ୟ ଯେ ୩ ନଭେମ୍ବର ରାୟ ପରେ ଦିଲ୍ଲୀର ସାକେତ କୋର୍ଟ ବାହାରେ ଜଣେ ପୁଲିସ କର୍ମୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆଇନଜୀବୀମାନେ ନିସ୍ତୁକ ମାଡ଼ ମାରିଥିଲେ। ଏହି ମାମଲାରେ ପୁଲିସ ୨ଟି ପୃଥକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଲୋଡ଼ିଥିଲେ। ହାଇକୋର୍ଟ ଦିଲ୍ଲୀ ପୁଲିସର ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ଇତିମଧ୍ୟରେ ବାର କାଉନସିଲ ମଧ୍ୟ ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଗତକାଲିର ପୁଲିସ ଆନ୍ଦୋଳନକୁ ଭାରତୀୟ ଇତିହାସରେ କଳଙ୍କିତ ଅଧ୍ୟାୟ ବୋଲି କହିଛି। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ପୁଲିସ ବିରୋଧରେ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେ‌େଲ ବାର କାଉନସିଲ ଧାରଣା ଦେବ। ବାର୍ ଅଭିଯୋଗ କରିଛି ଯେ ଗତକାଲି ଆନ୍ଦୋଳନ ବେଳେ ପୁଲିସ ଓକିଲମାନଙ୍କ ବିରୋଧରେ ଆପତ୍ତିଜନକ ଓ ଧମକପୂର୍ଣ୍ଣ ଶବ୍ଦ ବ୍ୟବହାର କରିଥିଲେ। ବିଚାରପତି ଏବଂ ବିଚାର ବିଭାଗୀୟ ଅଧିକାରୀଙ୍କ ନିରାପତ୍ତା ଦାୟିତ୍ବରୁ ହଟିଯିବା ଲାଗି ପୁଲିସର ଧମକ ନିନ୍ଦନୀୟ ବୋଲି ବାର୍ କାଉନସିଲ କହିଛି।

ସୂଚନାଯୋଗ୍ୟ ଯେ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତକାଲି ଦିଲ୍ଲୀ ପୁଲିସ ୧୧ ଘଣ୍ଟିଆ ଆନ୍ଦୋଳନ କରିଥିଲା।

ସମ୍ବନ୍ଧିତ ଖବର