ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ । ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ ।
ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
ସେପଟେ ଗତ ମଙ୍ଗଳବାର ଦିନ ନାଗପୁରରେ ମଧ୍ୟ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।
ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବିମାନକୁ ନେଇ ଅଘଟଣର ଖବର । କେଉଁଠି ଯାନ୍ତ୍ରିକ ତ୍ରୁଟି ତ କେଉଁଠି ଗେଟ୍ ବନ୍ଦ ହୋଇଯାଉଛି । ବିମାନକୁ ନେଇ ଏମିତି ଖବର ଆସୁଥିବାରୁ ଯାତ୍ରୀମାନେ ଭୟଭୀତ ଅଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/19/udan-2025-06-19-10-35-00.jpg)
