ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟକୁ ଆଧାର କରି କେଜ୍ରିୱାଲ୍ ସରକାରଙ୍କ ବିବାଦୀୟ ‘ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨’ ଉପରେ ‘ସିବିଆଇ’ ତଦନ୍ତ କରିବା ଲାଗି ଉପରାଜ୍ୟପାଳ ଭି.କେ. ସାକ୍ସେନା ଆଦେଶ ଦେଇଛନ୍ତି।
ନିଲାମ ଦିଆଯିବାର ବହୁ ଦିନ ପରେ ମଧ୍ୟ କେଜ୍ରିୱାଲ୍ ସରକାରଙ୍କ ‘ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨’କୁ ମଦ ଲାଇସେନ୍ସ୍ ଗ୍ରହୀତାଙ୍କୁ ଅଯଥାରେ ଆର୍ଥିକ ସହାୟତା ପ୍ରଦାନ କରିବାରେ ଉପଯୋଗ କରାଯାଇଥିବାରୁ ରାଜକୋଷର ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା।
ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଦେଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ନିଲାମ ଦିଆଯିବାର ବହୁ ଦିନ ପରେ ମଧ୍ୟ ସିସୋଦିଆ ମଦ ଲାଇସେନ୍ସ୍ ଗ୍ରହୀତାମାନଙ୍କୁ ଅକାରଣରେ ଆର୍ଥିକ ସହାୟତା ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ, ରାଜକୋଷର ପ୍ରଭୁତ୍ବ କ୍ଷତି ହୋଇଛି।
Image Courtesy of Zee Newsଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ସାକ୍ସେନାଙ୍କ ଅଭିଯୋଗ ପ୍ରତି ପ୍ରତିକ୍ରିୟା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସିସୋଦିଆ କଠିନ ପରିଶ୍ରମ କରୁଛନ୍ତି। ଶିକ୍ଷା ବ୍ୟବସ୍ଥା ଜନପ୍ରିୟତା ଅର୍ଜନ କରିଥିବାରୁ ସିସୋଦିଆଙ୍କ କାର୍ଯ୍ୟରେ କେନ୍ଦ୍ର ସରକାର ବାଧା ଦେବାକୁ ଉଦ୍ୟମ କରୁଛନ୍ତି।
‘ବିଜେପି’ ନେତାମାନଙ୍କୁ ‘ସବରକର୍ଙ୍କ ସନ୍ତାନ’ କହି ସେ କହିଛନ୍ତି, ମୋ ନେତାମାନେ ହେଉଛନ୍ତି ବ୍ରିଟିସ୍ ଆଗରେ ମଥାନତ ନ କରି ଫାଶୀ ଦଣ୍ଡ ସ୍ବୀକାର କରିଥିବା ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ସନ୍ତାନ। ଆମେ ଜେଲ୍ ଯିବାକୁ ଭୟ କରୁନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/kejriwal.jpg)