ଦିଲ୍ଲୀ ଅବକାରୀ ଦୁର୍ନୀତି : ବଢିଲା ମନୀଶଙ୍କ ଅଡ଼ୁଆ, ରାଜସାକ୍ଷୀ ହେବାକୁ ରାଜି ହେଲା ସହଯୋଗୀ ଦିନେଶ ଆରୋରା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ ଏକ ବଡ଼ ସଫଳତା ମିଳିଛି । ଏହି ମାମଲାରେ ସହ ଅଭିଯୁକ୍ତ ଥିବା ଦିନେଶ ଆରୋରା ସାକ୍ଷୀ ହେବାକୁ ରାଜି ହୋଇଯାଇଛନ୍ତି । ଏହା ଫଳରେ ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟ ଅଭିଯୁକ୍ତ ମନୀଷ ସିସୋସିଆଙ୍କ ଅଡ଼ୁଆ ବଢିବାର ସମ୍ଭାବନା ରହିଛି ।

ଆରୋରା କହିଛନ୍ତି ଯେ ସେ ସିଆରପିସି (ଦଣ୍ଡ ପ୍ରକ୍ରିୟା ସଂହିତା)ର ଧାରା ୧୬୪ ଅନୁସାରେ ସେ ନିଜର ବୟାନ ରେକର୍ଡ କରିଛନ୍ତି । ଏହି ମାମଲା ସଂପର୍କିତ ସବୁ ପ୍ରକାରର ତଥ୍ୟ ପ୍ରଦାନ କରିବେକୁ ସେ ରାଜି ହୋଇଛନ୍ତି । ଏହା ସହିତ ସେ କ୍ଷମା ପ୍ରଦାନ ପାଇଁ ଆବେଦନ କରିଛନ୍ତି । ଏହି କ୍ଷମା ଆବେଦନ ଉପରେ ଦିଲ୍ଲୀର ଏକ କୋର୍ଟ ନଭେମ୍ବର ୧୪ରେ ନିଷ୍ପତ୍ତି ନେବେ ।

କିଛିଦିନ ପୂର୍ବେ ଦିଲ୍ଲୀ କୋର୍ଟ ଏହି ମାମଲାରେ ଦିନେଶଙ୍କୁ ଆଗୁଆ ଜାମିନ ଦେଇଥିଲେ ଓ ଏ ସଂପର୍କିତ ଶୁଣାଣି ବେଳେ ସିବିଆଇ ବିରୋଧ କରି ନଥିଲା ।

ମନୀଷ ସିସୋଦିଆ ଅବକାରୀ ନୀତିକୁ ଏପରି ଭାବେ ପ୍ରସ୍ତୁତ କରିଥିଲେ ଯେ ମଦଲାଇସେନ୍ସ ପ୍ରଦାନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ  ବୋଲି ସିବିଆଇ ଅଭିଯୋଗ କରିଛି ।  ଏହି ନୀତି ଗତ ବର୍ଷ ନଭେମ୍ବର ମାସରେ ଆଗତ ହୋଇଥିଲା ଓ ଉପ-ରାଜ୍ୟପାଳ ଭି.ଆର.ସାକ୍ସେନାଙ୍କ ଦ୍ବାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଚଳିତ ବର୍ଷ ଜୁଲାଇ ମାସରେ ଏହାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରିନେଇଥିଲେ । ଗତ ଅଗଷ୍ଟ ମାସରେ ସିବିଆଇ ସିସୋଦିଆଙ୍କ ବାସଭବନ ଓ ଅଫିସରେ ଚଢଉ କରିଥିଲା ।

ସମ୍ବନ୍ଧିତ ଖବର