ପୁଣି ଥରିଲା ଦିଲ୍ଲୀ: ରିକ୍ଟର ସ୍କେଲରେ ୨.୧ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି | ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ଥିବା ନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି | ତୀବ୍ରତା କମ ଥିବାରୁ କୌଣସି କ୍ଷୟକ୍ଷତି ବା କାହାର ଜୀବନହାନୀ ହୋଇନଥିବା ଜଣା ପଡିଛି | ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ମଧ୍ୟାହ୍ନ ୧ଟା ସମୟରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ର ଦିଲ୍ଲୀ-ଗୁରୁଗାଓଁ ସୀମାର ୧୮ କିଲୋମିଟର ଗଭୀରରେ ଥିଲା ବୋଲି ଜଣା ପଡିଛି।

सांकेतिक तस्वीर
aajtak.intoday.in

ତୀବ୍ରତା କମ ଥିଲେ ମଧ୍ୟ ଏପ୍ରିଲଠାରୁ ଦିଲ୍ଲୀରେ ୧୪ଟି ମୃଦୁ ଭୂମିକମ୍ପ ହୋଇସାରିଛି | ଏତେ ଥର ଭୂକମ୍ପ ଅନୁଭୂତ ହେଉଥିବାରୁ ଦିଲ୍ଲୀ ବାସୀଙ୍କ ମନରେ ବଡ ଧରଣର ଭୂକମ୍ପ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି | ଦିଲ୍ଲୀରେ ଦିନକୁ ଦିନ କରୋନା ମାମଲା ବଢୁଥିବା ବେଳେ ବାରମ୍ବାର ଭୂମିକମ୍ପ ହେବା ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି |

ସମ୍ବନ୍ଧିତ ଖବର