ଦିଲ୍ଲୀରେ ହୋଟେଲ ଏବଂ ସାପ୍ତାହିକ ବଜାର ଖୋଲିବାକୁ ମିଳିଲା ଅନୁମତି

ଦିଲ୍ଲୀ: କେଜ୍ରିୱାଲ ସରକାର ଅନଲକ୍- ୩ ଅଧୀନରେ ହୋଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଜିମ୍ ଖୋଲିବା ଉପରେ ପ୍ରତିବନ୍ଧକ ଜାରି ରହିବ। ସରକାର ପରୀକ୍ଷାମୂଳକ ଭାବରେ ସାପ୍ତାହିକ ବଜାର ଖୋଲିବାକୁ ମଧ୍ୟ ଅନୁମୋଦନ ଦେଇଛନ୍ତି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଠାରେ ସୂଚନା ଥାଉ କି କେନ୍ଦ୍ର ସରକାର ଅନଲକ୍ -୩ ରେ ରିହାତି ଦେବା ପରେ କେଜ୍ରିୱାଲ ସରକାରଙ୍କ ହୋଟେଲ ଏବଂ ସାପ୍ତାହିକ ବଜାର ଖୋଲିବାକୁ ଥିବା ପ୍ରସ୍ତାବକୁ ଉପ ରାଜ୍ୟପାଳ ଅନିଲ ବୈଜଲ ପ୍ରତ୍ୟାଖ୍ୟାନ କରିଥିଲେ।

ଏହା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ଉପ ରାଜ୍ୟପାଳଙ୍କୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଅମିତ ଶାହାଙ୍କୁ ଲେଖିଥିବା ଏକ ଚିଠିରେ ଲେଖିଥିଲେ ଯେ ଦିଲ୍ଲୀରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି ଓ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ, କରୋନା ମାମଲା କ୍ରମାଗତ ଭାବେ ବଢୁଥିବାବେଳେ, ସେଠାରେ ହୋଟେଲ ଏବଂ ସାପ୍ତାହିକ ବଜାର ଖୋଲା ଅଛି | ମନୀଷ ସିସୋଡିଆ ଚିଠିରେ ଲେଖିଥିଲେ ଯେ ସାପ୍ତାହିକ ବଜାର ବନ୍ଦ ହେବା ସହିତ ଗତ ୪ ମାସ ଧରି ୫ ଲକ୍ଷ ପରିବାର ଘରେ ବସିରହିଛନ୍ତି । ଏହା ପରେ ଆଜି ଦିଲ୍ଲୀରେ ହୋଟେଲ ଓ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି |

ସମ୍ବନ୍ଧିତ ଖବର