ନୂଆଦିଲ୍ଲୀ: ଶନିବାର ରାତିରେ କାର୍ ଚଳାଇ ଯାଉଥିବା ଜଣେ ସାମ୍ବାଦିକାଙ୍କୁ ପୂର୍ବ ଦିଲ୍ଲୀର ଅଶୋକ ନଗର ଠାରେ ଦଳେ ଅଜ୍ଞାତ ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି।
ନୋଇଡ଼ାର ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକା ମିତାଲି ଚାନ୍ଦୋଲା ରାତି ୧୨: ୩୦ ତାଙ୍କ ହୁଣ୍ଡାଇ ଆଇ୨୦ କାର୍ ଚଳାଇ ଯାଉଥିବା ବେଳେ ଘଟଣାଟି ଘଟିଥିଲା।
ବାଟରେ ତାଙ୍କ କାର୍କୁ ଗୋଟାଏ ମାରୁତି ସୁଇଫ୍ଟ୍ ହଠାତ୍ ଅତିକ୍ରମ କରିବା ପରେ ପରେ ଅଜ୍ଞାତ ଲୋକେ ତାଙ୍କ କାର୍ ସାମ୍ନା କାଚକୁ ଅଣ୍ଡା ଫିଙ୍ଗିବା ସହ ଗୁଳି ଚଳାଇଥିଲେ।
Image Source: Hindustan Timesସେ ଅଭିଯୋଗ କରିଛନ୍ତି: ଦୁଇ ମୁଖାପିନ୍ଧା ଆକ୍ରମଣକାରୀ ପ୍ରଥମେ ମୋ କାର୍ର ସାମ୍ନା କାଚକୁ ଅଣ୍ଡା ଫିଙ୍ଗି ଥିଲେ। ମୁଁ ନ ଅଟକିବାରୁ ସେମାନେ ମୋ ଆଡ଼କୁ ଦୁଇଟି ଗୁଳି ଚଳାଇଥିଲେ।
ଘଟଣାଟି ରାତି ୧୨: ୩୦ ସମୟରେ ଧରମଶୀଲା ନାରାୟଣ ସୁପରସ୍ପେସିଆଲିଟି ହସ୍ପିଟାଲ୍ ପାଖରେ ଘଟିଛି।
ପୁଲିସ ଡେପ୍ୟୁଟି ପୁଲିସ କମିସନର୍ (ପୂର୍ବ) ଜସ୍ମୀତ୍ ସିଂହ କହନ୍ତି: ତାଙ୍କ ବାହୁରେ ଗୁଳି ବାଜି ଥିଲେ ବି ସେ ବିପଦମୁକ୍ତ ଅଛନ୍ତି। ଏହା ପାରିବାରିକ ବିବାଦ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଛି।
ଆକ୍ରମଣକାରୀଙ୍କ ପରିଚୟ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/mitali.jpg)