ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ୧୪୦୦୦ ନୂଆ କୋଭିଡ୍ ସଂକ୍ରମିତ ବାହାରିବାର ସମ୍ଭାବନା ଥିବା କଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି। ପ୍ରାୟ ୮ ମାସ ପରେ ଗତକାଲି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ସର୍ବାଧିକ ଦୈନିକ ସଂକ୍ରମଣ ରିପୋର୍ଟ ହୋଇଥିଲା।
ଜୈନ୍ କହିଛନ୍ତି, ଗତ କିଛି ଦିନ ହେବ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ମାମଲା କ୍ଷିପ୍ର ବେଗରେ ବୃଦ୍ଧି ପାଉଛି। ଆହୁରି ବହୁତ ସଂକ୍ରମଣ ମାମଲା ରିପୋର୍ଟ ହେଲାଣି। ଆଜି ସଂକ୍ରମଣ ପ୍ରାୟ ୧୪,୦୦୦ ପାଖାପାଖି ହୋଇପାରେ।
Image Courtesy of Mintମେ ୧୨ ତାରିଖ ଠାରୁ କମିଯାଇଥିବା ଦୈନିକ ସଂକ୍ରମଣ ସଂଖ୍ୟା ପୁନଶ୍ଚ ବୃଦ୍ଧି ପାଇବା ପରେ ମଙ୍ଗଳବାର ଦିନ ୫୪୮୧ ଥିବା ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୦,୬୬୫କୁ ବୃଦ୍ଧି ପାଇ ରେକର୍ଡ କରିଛି। ବୁଧବାର ଦିନ ୮ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଜୁନ୍ ୨୬ ଠାରୁ ଏହା ମଧ୍ୟ ଥିଲା ସର୍ବାଧିକ ମୃତ୍ୟୁସଂଖ୍ୟା।
Image Courtesy of India Todayମେ ୧୪ ତାରିଖ ପର ଠାରୁ ବୁଧବାର ଦିନ ପଜିଟିଭିଟି ସଂଖ୍ୟା ମଧ୍ୟ ସର୍ବାଧିକ (୧୧.୮୮%) ହୋଇଥିବା ରେକର୍ଡ କରାଯାଇଥିଲା। କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ସହ ଡାକ୍ତରଖାନାରେ ରୋଗୀସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।
କୋଭିଡ୍ ଲହର୍ ମୁକାବିଲା କରିବା ଲାଗି ଯଥେଷ୍ଟ ଲୋକବଳ ସକାଶେ ଦିଲ୍ଲୀର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ବୋଲି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Today-14K-New-Cases-May-Detects-in-Delhi_Thumbnail.jpg)