ନୂଆଦିଲ୍ଲୀ: ଫେବ୍ରୁଆରି ୧୬ରେ ହେବ ନାହିଁ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ମେୟର ନିର୍ବାଚନ। ସୁପ୍ରିମକୋର୍ଟ ଫେବ୍ରୁଆରି ୧୭ରେ ଏହି ମାମଲାର ଶୁଣାଣି କରିବେ। ଏମସିଡି ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ମନୋନୀତ କାଉନସିଲରମାନେ ଭୋଟ୍ ଦେଇପାରିବେ ନାହିଁ ଏବଂ ଏନେଇ ସାମ୍ବିଧାନିକ ବ୍ୟବସ୍ଥା ସ୍ପଷ୍ଟ । ଉପରାଜ୍ୟପାଳ ଏବଂ ଅନ୍ୟମାନେ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତୁତ ବୋଲି କହିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ସୂଚନା ମୁତାବକ, ବର୍ତ୍ତମାନ ଫେବ୍ରୁଆରି ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଫେବ୍ରୁଆରି ୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ମନୋନୀତ କାଉନସିଲରଙ୍କ ଭୋଟ୍ ସମେତ ଅନ୍ୟାନ୍ୟ ଆଇନଗତ ପ୍ରଶ୍ନ ଉପରେ ଶୁଣାଣି ପରେ ନିର୍ବାଚନ ଅନୁଷ୍ଠିତ ହେବ।

ଉଲ୍ଲେଖଯୋଗ୍ୟ, ଉପରାଜ୍ୟପାଳଙ୍କଦ୍ବାରା ମନୋନୀତ ୧୦ଜଣ କାଉନ୍‌ସିଲର୍‌ଙ୍କୁ ଭୋଟ୍‌ ଦେବା ଲାଗି ଅନୁମତି ନ ମିଳିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘ଆପ୍‌’ କାଉନ୍‌ସିଲର୍‌ଙ୍କ ମଧ୍ୟରେ ସଂଘର୍ଷ ଲାଗିବାରୁ ଜାନୁଆରି ୬, ୨୪ ଓ ଫେବ୍ରୁଆରି ୬ ତାରିଖରେ ମେୟର୍‌ ନିର୍ବାଚନ ସମ୍ଭବପର ହୋଇ ପାରି ନଥିଲା। ଏହା ପରେ ଫେବ୍ରୁଆରି ୧୬ରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚତୁର୍ଥ ଉଦ୍ୟମ ବି ବିଫଳ ହୋଇଛି।