ନୂଆଦିଲ୍ଲୀ : ଆସନ୍ତା ୧୬ ତାରିଖରେ ଦିଲ୍ଲୀ ମେୟର ପଦ ପାଇଁ ନିର୍ବାଚନ ହେବ। ତେଣୁ ଏମ୍ସିଡିର ପରବର୍ତ୍ତୀ ଅଧିବେଶନ ଡକାଇବାକୁ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ନିର୍ଦ୍ଦେଶ ଦେଇଛନ୍ତି। ୧୬ରେ ଅଧିବେଶନ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ପଠାଇଥିଲେ। ପୂର୍ବରୁ ମେୟର ନିର୍ବାଚନ ପ୍ରବଳ ବିବାଦ କାରଣରୁ ୩ ଥର ସ୍ଥଗିତ ରହିଥିଲା। ମନୋନୀତ ସଦସ୍ୟଙ୍କୁ ନେଇ ଆପ୍ର କଡ଼ା ବିରୋଧ ଏବଂ ଏହି ପ୍ରସଙ୍ଗରେ ବିଜେପି କୌଣସି ସାଲିସ କରିବାକୁ ରାଜି ନହେବାରୁ ଅଚଳାବସ୍ଥା ଲାଗି ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp