ନୂଆଦିଲ୍ଲୀ: ବିଜେପିକୁ ଖୋଲା ଚ୍ୟାଲେଞ୍ଚ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମହାନଗର ନିଗମ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଯଦି ବିଜେପିର ସାହସ ଅଛି, ତେବେ ମହାନଗର ନିଗମ ନିର୍ବାଚନକୁ ଠିକ ସମୟରେ କରି ଦେଖାନ୍ତୁ ଏବଂ ଏହାକୁ ଜିତି ଦେଖାନ୍ତୁ। ଏଭଳି ହେଲେ ମୁଁ ରାଜନୀତି ଛାଡ଼ିଦେବି।
ସହିଦ ଦିବସ ଅବସରରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଗତ କିଛି ଦିନ ହେବ ଯାହା ଦେଖାଯାଉଛି ତାହା ସହିଦଙ୍କ ବଳିଦାନ ପ୍ରତି ଅପମାନ ଅଟେ। କେନ୍ଦ୍ରରେ ଥିବା ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ ରଖିଛି। ସମସ୍ତେ ଜାଣନ୍ତି ଯେ ଏଥର ବିଜେପି ଧ୍ୱଂସ ହେବାକୁ ଯାଉଥିଲା ଏବଂ ସେମାନଙ୍କ ପରାଜୟକୁ ଏଡାଇବାକୁ ସେମାନେ ପ୍ରଥମେ ନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଉପରେ ଚାପ ପକାଇଥିଲେ। ବର୍ତ୍ତମାନ ନିର୍ବାଚନକୁ କିଛି ମାସ ପାଇଁ ସ୍ଥଗିତ ରଖାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ।
ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଯଦି ଏହି ଦେଶରେ ନିର୍ବାଚନ ହେବ ନାହିଁ, ତେବେ ଗଣତନ୍ତ୍ର କିପରି ବଞ୍ଚିବ। ଲୋକଙ୍କ ସ୍ୱର କିପରି ଆଗକୁ ଆସିବ? ଏଭଳି ହେଲେ ନିଜକୁ ଫାଶୀ ଦେଇ ଦେଶକୁ ସ୍ବାଧୀନ କରିଥିବା ଭଗତ ସିଂଙ୍କ ଆତ୍ମାକୁ ଆଘାତ ଲାଗିବ। ବିଜେପି ଏଭଳି ନିର୍ବଚେନକୁ ବନ୍ଦ କରିବ ବୋଲି କ’ଣ ସେ ଦେଶକୁ ସ୍ବାଧୀନ କରିଥିଲେ? ଦେଶରେ ସରକାର ବାଛିବା ହେଉଛି ଲୋକମାନଙ୍କର ଏକ ମୌଳିକ ଅଧିକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/I-Will-Take-Retierment-If-BJP-Wins_Thumbnail.jpg)