ଦିଲ୍ଲୀ ଏମ୍‌ସିଡି ନିର୍ବାଚନ: ଟିକେଟ ପାଇଁ ୯୦ ଲକ୍ଷ ଦାବି, ୩ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡି ନିର୍ବାଚନରେ ଟିକେଟ ପାଇଁ ଟଙ୍କ କାରବାର ଚାଲିଛି। ଦିଲ୍ଲୀ ସରକାରଙ୍କ ଏସିବି ( ଦୁର୍ନୀତି ନିରୋଧ ଶାଖା) ଗୁୂରୁବାର ଦିନ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ମଡେଲ ଟାଉନ ଆପ୍‌ ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କ ବ୍ୟକ୍ତିଗତ ସହଯୋଗୀ ଏବଂ ଜ୍ବାଇଁ ସମେତ ଏସିବି ୩ ଜଣଙ୍କୁ ଗିରଫ କରିଛି।

ଆପ୍‌ ବିଧାୟକ ଜଣେ ଆପ୍‌ କର୍ମୀ ଗୋପାଳ ଖାରିଙ୍କଠାରୁ ୯୦ ଲକ୍ଷ ଲାଞ୍ଚ ଦାବି କରିଥିଲେ। ଗୋପାଳଙ୍କ ପତ୍ନୀ ଶୋଭା ଖାରିଙ୍କୁ କମଳା ନଗରର ୱାର୍ଡ ନମ୍ବର ୬୯ ପାଇଁ ଟିକେଟ୍‌ ଦେବାକୁ ସେ ୯୦ ଲକ୍ଷ ଲାଞ୍ଚ ମାଗିଥିବା ଦାବି ‌ହୋଇଛି। ଏସିବି ମୁଖ୍ୟ ମଧୁର ବର୍ମା କହିଛନ୍ତି, ଲାଞ୍ଚ ଗ୍ରହଣ କରିବା ସମୟରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୩୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି।

ସମ୍ବନ୍ଧିତ ଖବର