ନୂଆଦିଲ୍ଲୀ: ଦିଲ୍ଲୀରେ ଦୀର୍ଘ ୫ମାସ ହେବ ବନ୍ଦ ଥିବା ମେଟ୍ରୋ ସେବା ପୁନଃ ଆରମ୍ଭ ହେବାକୁ ଯାଉଛି। ବୁଧବାର ମେଟ୍ରୋ ସେବା ପୁନଃ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ। ସେପ୍ଟେମ୍ବର ୭ରୁ ଦିଲ୍ଲୀରେ ପୁନଃ ମେଟ୍ରୋ ସେବା ଆରମ୍ଭ ହେବ ବୋଲି ଜଣା ପଡ଼ିଛି।
ମେଟ୍ରୋ ଟ୍ରେନ୍ ସେବାକୁ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ପୁନଃ ଆରମ୍ଭ କରିବାକୁ କେନ୍ଦ୍ର ଅନୁମତି ଦେଇଥିଲା। ଏହା ପରେ ମେଟ୍ରୋ ସେବା ପୁନଃ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କୁ ପ୍ରସ୍ତାବ ପଠାଇଥିଲେ। ବୁଧବାର ଦିନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି।
ndtvସେପ୍ଟେମ୍ବର ୭ରୁ ଦିଲ୍ଲୀରେ ପୁନଃ ମେଟ୍ରୋ ସେବା ଆରମ୍ଭ ହେବାକୁ ଥିବା ବେଳେ ମେଟ୍ରୋରେ ଯାତ୍ରା ପାଇଁ ମାସ୍କ ଏବଂ ସ୍ମାର୍ଟ କାର୍ଡର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି | କୋଚ୍ ଭିତରେ ଥିବା ଏୟାର କଣ୍ଡିସିନର ସିଷ୍ଟମକୁ ନବୀକରଣ କରାଯିବା ସହ ତାଜା ପବନର ପ୍ରବାହକୁ ସୁନିଶ୍ଚିତ କରାଯିବ ବୋଲି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଲାଶ ଗେହଲଟ୍ କହିଛନ୍ତି। ତାଙ୍କ କହିବା ମୁତାବକ, ମେଟ୍ରୋ ଭିତରେ ସର୍ବୋଚ୍ଚ ତାପମାତ୍ରା କ’ଣ ହେବା ଉଚିତ୍ ସେ ବିଷୟରେ ଆମେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହୁଁ। ଏହା ସହ ସମସ୍ତ ଷ୍ଟେସନରେ ଟ୍ରେନ୍ ଅଟକି ରହିବ ନାହିଁ। କଣ୍ଟେଣ୍ଟମେଣ୍ଟ ଜୋନରେ ଥିବା ଷ୍ଟେସନ ଗୁଡ଼ିକୁ ବନ୍ଦ ରଖାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-19.jpg)