ନୂଆଦିଲ୍ଲୀ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଗିରଫ ହେବାର ପ୍ରାୟ ଏକ ସପ୍ତାହ ପରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ଙ୍କ ଘରେ ଚଢ଼ାଉ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
କୋଲ୍କାତାର ଏକ କମ୍ପାନି ସହ ସମ୍ପୃକ୍ତି ଥିବା ‘ହାୱଲା ଟ୍ରାଞ୍ଜାକ୍ସନ୍’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ଜୈନ୍ଙ୍କ ବାସଭବନରେ ତଲାସ କରୁଥିବା ଜଣାପଡ଼ିଛି।
ଜୈନ୍ଙ୍କ ଗିରଫଦାରି ଘଟଣାରେ ‘ବିଜେପି’ ଏବଂ ‘ଆପ୍’ ମଧ୍ୟରେ ରାଜନୈତିକ ବିବାଦ ସୃଷ୍ଟି ହେବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି।
Image Courtesy of India Todayପୂର୍ବରୁ ‘ସିବିଆଇ’ ପଞ୍ଜିକରଣ କରିଥିବା ହିସାବ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ କରିବା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟ ମେ ୩୦ ତାରିଖ ଦିନ ବରିଷ୍ଠ ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନ୍ଙ୍କୁ ଗିରଫ କରିଥିଲା। ୨୦୧୫ ଫେବ୍ରୁଆରି ୨୦୧୭ ମେ ମଧ୍ୟରେ ଜୈନ୍ଙ୍କ ଆୟର ଉତ୍ସ ସହ ସେ ଅକ୍ତିଆର କରିଥିବା ସମ୍ପତ୍ତିର ମୂଲ୍ୟ ମେଳ ଖାଇ ନ ଥିଲା ବୋଲି ‘ସିବିଆଇ’ ଅଭିଯୋଗ କରିଥିଲା।
Image Courtesy of Republic Worldଏହାଛଡ଼ା, ଜେରା ବେଳେ ଜୈନ୍ଙ୍କ ପାଖରେ ଜଣେ ଓକିଲ ଉପସ୍ଥିତ ରହିବେ ବୋଲି ସ୍ବତନ୍ତ୍ର ଅଦାଲତ ଦେଇଥିବା ଆଦେଶ ଉପରେ ଶନିବାର ଦିନ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଜୈନ୍ ବିରୋଧରେ ‘ଏଫ୍ଆଇଆର୍’ ଅଥବା ଅଭିଯୋଗ ପଞ୍ଜିକରଣ ହୋଇ ନ ଥିବାରୁ ତାଙ୍କ ବୟାନ ରେକର୍ଡ କରାଯିବା ବେଳେ ସେ ତାଙ୍କ ଓକିଲଙ୍କୁ ଉପସ୍ଥିତ କରାଇ ପାରିବେ ନାହିଁ ବୋଲି ବିଚାରପତି ଯୋଗେଶ ଖାନ୍ନାଙ୍କର ଏକକ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଆଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ED-Raid-to-Satyendra-Jain_Thumbnail.jpg)