ସୋସିଆଲ ମିଡିଆରେ ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗ ମୁଖ୍ୟଙ୍କ ବିବାଦୀୟ ଲେଖା

ନୂଆଦିଲ୍ଲୀ : ଦିଲ୍ଲୀ ସଂଖ୍ୟାଲଘୁ ଆୟୋଗ ମୁଖ୍ୟ ଜାଫରୁଲ ଇସଲାମ ଖାଁ ସୋସିଆଲ ମିଡିଆରେ ଏକ ଉତ୍ତେଜନା ସୃଷ୍ଟିକାରୀ ଲେଖା ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଭାରତୀୟ ମୁସଲିମାନଙ୍କୁ ଆରବ ଦେଶଗୁଡ଼ିକରେ ଭଲ ପ୍ରତିପତ୍ତି ରହିଛି । ଜାକିର ହୁସେନକୁ ଆରବ ଦେଶରେ ଭଲ ସମ୍ମାନ ଦିଆଯାଏ । ତେବେ ସେମାନେ ଏପର୍ଯ୍ୟନ୍ତ ଆରବ ଦେଶରେ ଭାରତ ବିରୁଦ୍ଧରେ କୌଣସି ଅଭିଯୋଗ କରିନାହାନ୍ତି । ସେମାନଙ୍କ ସହଯୋଗରେ ଭାରତରେ ହିନ୍ଦୁତ୍ୱ ଗୋଷ୍ଠୀମାନଙ୍କ ଉପରେ ଏକ ଝଡ଼ ସଦୃଶ ଆକ୍ରମଣ କରାଯିବ ।

ବିଗତ କିଛିଦିନ ଧରି ଆରବୀୟ ଦେଶ କୁଏତରୁ ସୋସିଆଲ ମିଡିଆରେ କେତେକ ଭାରତ ବିରୋଧୀ ପୋଷ୍ଟ କରାଯାଉଛି । ଭାରତରେ ମୁସଲିମମାନଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି କୁହାଯାଉଛି । କୁଏତର କେତେକ ଲୋକ ଅନ୍ତର୍ଜାତୀୟ ଇସ୍ଲାମିକ ସଂଘରେ ମଧ୍ୟ ଭାରତ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ କୁଏତ ସହିତ ଭାରତର ଭଲ ସଂପର୍କ ରହିଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ସମ୍ବନ୍ଧିତ ଖବର