ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦେଖି ଦିଲ୍ଲୀର ଆଇଟିଓ ସ୍ଥିତ ପିଡବ୍ଲୁଡି ଭବନର ଛାତ ଉପରେ ଏୟାର ରେଡ ସାଇରନର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ଦ୍ବିପହର ୩ଟା ସମୟରେ ଆରମ୍ଭ ହୋଇଥିଲା। ଯାହାକି ପାଖାପାଖି ୧୫ରୁ ୨୦ ମିନିଟ ଧରି ଚାଲିଥିଲା। ଏହି ସାଇରନ ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି, କୌଣସି ବି ଜରୁରୀପରିସ୍ଥିତି ଆସିଲେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା।
ଦିଲ୍ଲୀର ପିଡବ୍ଲୁଡିର ମନ୍ତ୍ରୀ ପ୍ରବେଶ ଶର୍ମା କହିଛନ୍ତି, ‘ରାଜଧାନୀର ସମସ୍ତ ଉଚ୍ଚ କୋଠାରେ ଏହି ସାଇରନ ଲଗାଯିବ। ସାଇରନ ଲଗାଯିବା କାମ ବି ଆରମ୍ଭ ହୋଇଗଲାଣି। ଆଜି ରାତି ସୁଦ୍ଧା ଆହୁରି ୪୦ରୁ ୫୦ ସାଇରନ ଉଚ୍ଚ କୋଠାମାନଙ୍କରେ ଲଗାଯିବାର ଯୋଜନା ରହିଛି। ଏସବୁ ସାଇରନ ଏପରି ଭାବେ ଖଞ୍ଜା ଯିବ ଯେମିତି କି ଜରୁରୀପରିସ୍ଥିତି ଆସିଲେ ଗୋଟିଏ କମାଣ୍ଡ ସେଣ୍ଟରରେ ଚଲାଯାଇ ପାରିବ।
#WATCH | Delhi: Testing of air raid sirens installed at PWD headquarters in ITO is underway; Delhi PWD Minister Parvesh Verma is also present at the spot pic.twitter.com/sId2tFZflW
— ANI (@ANI) May 9, 2025
ଗତ ଗୁରୁବାର ରାତିରେ ପାକିସ୍ତାନ ଦ୍ବାରା ଡ୍ରୋନ ଆକ୍ରମଣ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ସରକାରୀ କାର୍ଯ୍ୟାଳୟ, ରେଳଷ୍ଟେସନ, ବିମାନବନ୍ଦର, ମଲ, ବଜାର ଆଦି ସ୍ଥାନମାନଙ୍କରେ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି।