ନୂଆଦିଲ୍ଲୀ: ପଛକୁ ପଛ ପିଟି ହେଲା ୨୫ଟି ଗାଡ଼ି। ଚାଲିଗଲା ୪ଜଣଙ୍କ ଜୀବନ। ଆଜି ସକାଳେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳକୁ ଢ଼ାଙ୍କି ଦେଇଥିଲା ଘନ କୁହୁଡ଼ି। ଦୃଶ୍ୟମାନ୍ୟତା କମ୍ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। କୁହୁଡ଼ି ଯୋଗୁଁ ସୋମବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ୨୫ଟି ଗାଡ଼ି ପରସ୍ପର ସହିତ ଧକ୍କା ଖାଇଥିଲା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ପ୍ରଥମେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହା ସହିତ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଏହି ଦୁର୍ଘଟଣାରେ ପିଜୁଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏକ ପିଜୁଳି ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ରାସ୍ତାରେ ଏଣେତେଣେ ପିଜୁଳି ପଡ଼ିଯାଇଥିଲା।
ଦୁର୍ଘଟଣା କେବେ ଏବଂ କିପରି ଘଟିଲା?
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୫ଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା, ଯାହା ଦୁର୍ଘଟଣା ପଛର ବଡ଼ କାରଣ। ଘନ କୁହୁଡ଼ି ଯୋଗୁଁ ଏକ୍ସପ୍ରେସୱେରେ ଦୃଶ୍ୟମାନତା ହ୍ରାସ ପାଇଥିଲା, ଯାହା ଫଳରେ ପ୍ରାୟ ୨୫ଟି ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ସମେତ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଦୁଇଟି ଓଭରଲୋଡେଡ୍ ଡମ୍ପର ପରସ୍ପର ମଧ୍ୟରେ ଧକ୍କା ଖାଇବା ପରେ ସିରିଜ୍ ଦୁର୍ଘଟଣା ଆରମ୍ଭ ହୋଇଥିଲା। ଡମ୍ପର ଧକ୍କା ହେବା ପରେ ପଛରୁ ଆସୁଥିବା ପିଜୁଳି ବୋଝେଇ ଟ୍ରକ୍ ଆସି ଡମ୍ପର ସହିତ ଧକ୍କା ଖାଇ ଓଲଟି ପଡ଼ିଥିଲା। ଟ୍ରକ୍ ଓଲଟି ପଡ଼ିବାରୁ ବହୁ ପରିମାଣର ପିଜୁଳି ରାସ୍ତାରେ ପଡ଼ିଯାଇଥିଲା, ଯାହା ଫଳରେ ରାସ୍ତା ଖସଡ଼ା ହେବା ସହ ଗାଡ଼ିର ଚକ ଖସିବା ଆରମ୍ଭ ହୋଇଥିଲା। ଖସଡ଼ା ପାଇଁ ଗାଡ଼ିର ବ୍ରେକ୍ ନଧରିବାରୁ ପଛକୁ ପଛ ପିଟି ହୋଇଥିଲା ୨୫ଟି ଗାଡ଼ି।
ଆହୁରି ପଢ଼ନ୍ତୁ: Bondi Beach Terror Attack: ନିଜ କଥା ନଭାବି ଆତଙ୍କବାଦୀଙ୍କୁ ରାଇଫଲ ସହ ଜାବୁଡ଼ି ଧରିଲେ ଅହମଦ, ବଞ୍ଚିଗଲା ଶହ ଶହ ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/15/fog-2025-12-15-15-44-13.jpg)