ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ପାଖରେ ଥିବା ତିନିମହଲା ବାଣିଜ୍ୟିକ କୋଠାରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପଳାତକ କୋଠା ମାଲିକ ମନିଷ ଲାକ୍ରାଙ୍କୁ ରବିବାର ଗିରଫ କରାଯାଇଛି। ଦିଲ୍ଲୀ ଅଗ୍ନିଶମ ବିଭାଗ ମୁଖ୍ୟ ଅଧିକାରୀ ଅତୁଲ ଗର୍ଗ ଶନିବାର କହିଥିଲେ ଯେ, ଅଗ୍ନିକାଣ୍ଡ ଘଟିଥିବା କୋଠାରେ ଅନେକ ଦୋଷତ୍ରୁଟି ଥିଲା। ଏହି କୋଠାକୁ ଅନୁମୋଦନ ମିଳି ନ ଥିଲା ଏବଂ ଏହାକୁ ନୋ-ଅବ୍ଜେକ୍ସନ ସାର୍ଟିଫିକେଟ୍ (ଏନ୍ଓସି) ବି ମିଳି ନ ଥିଲା। ବୈଦ୍ୟୁତିକ ବିସ୍ଫୋରଣ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି। ଘର ବାହାରକୁ ଯିବା ପାଇଁ ଗୋଟିଏ ମାତ୍ର ଗେଟ୍ ଥିବା ବେଳେ ଅଗ୍ନି ସୁରକ୍ଷାର କୌଣସି ବ୍ୟବସ୍ଥା ନ ଥିଲା। କାରଖାନାରେ ବହୁ ପରିମାଣ ପ୍ଲାଷ୍ଟିକ୍ର ବ୍ୟବହାର କରାଯାଇଥିଲା। ଅଧିକନ୍ତୁ ଗୋଟିଏ କୋଠରିରେ ୫୦ରୁ ୬୦ ଲୋକ ଥିଲେ ଏବଂ କୋଠରିକୁ ବାହାରପଟୁ ତାଲା ପକାଯାଇଥିଲା ବୋଲି ଅଫିସର ଜଣକ ହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp