ଦିଲ୍ଲୀ ପୌର ଉପନିର୍ବାଚନ: ୫ରୁ ୪ ଆସନରେ ଜିତିଲା ଆପ୍‌

ବିଜେପିକୁ କଡ଼ା ବାର୍ତ୍ତା ମିଳିଛି: କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ପୌର ଉପନିର୍ବାଚନରେ ଶାସକ ଆପ୍‌ ଦଳ ୫ଟିରୁ ୪ଟି ଆସନରେ ଜିତିଛି। କଲ୍ୟାଣପୁରୀ, ରୋହିଣି-ସି, ତ୍ରିଲୋକପୁରୀ, ଶାଲିମାରବାଗ୍‌‌ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଦଳ ଜିତିଥିବାବେଳେ କଂଗ୍ରେସ ଚୌହାନ ବଙ୍ଗରରେ ଜିତିଛି। ବିଜେପି ପାଖରେ ପୂର୍ବରୁ ଏହି ୫ଟି ଆସନରୁ ଗୋଟିଏ ଥିଲା। କିନ୍ତୁ ଚଳିତ ନିର୍ବାଚନରେ ଏହ‌ା ୫ଟିରୁ ଗୋଟିଏ ବି ପାଇପାରିନି। ଏକ ଟ୍ବିଟ୍‌ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ବିଜେପି ଶାସନରେ ଦିଲ୍ଲୀ ଲୋକମାନେ ଅତିଷ୍ଠ ହୋଇଗଲେଣି। ପରବର୍ତ୍ତୀ ଏମ୍‌ସିଡି ନିର୍ବାଚନରେ ସେମାନେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସଚ୍ଚୋଟ ରାଜନୀତିକୁ ଭୋଟ୍‌ ଦେବେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଲୋକେ ଏହି ନିର୍ବାଚନରେ ବିଜେପିକୁ କଡ଼ା ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧିତ ଖବର