ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ପହଞ୍ଚିଲା ୧୦ ଦମକଳ

ନୂଆଦିଲ୍ଲୀ: ଦିଲ୍ଳୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍‌ସ)ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ‌ହୋଇନାହାନ୍ତି। ଏମ୍ସରେ ନିଆଁ ଲାଗି ଯାଇଥିବା ଖବର ପାଇବା ପରେ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଅଗ୍ନିକାଣ୍ଡ ହସ୍ପିଟାଲ୍‌ର କାର୍ଡିଓ ସାଇନ୍ସ ସେଣ୍ଟର୍‌ରେ ଘଟିଛି ବୋଲି ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ଏମ୍ସରେ ନିଆଁ ଲାଗିଥିଲା। ସେ ସମୟରେ ଏମ୍ସ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିଥିଲା। ଏମ୍ସ ପରି ଏକ ବଡ଼ ସଂସ୍ଥା ନିକଟରେ ସେ ସମୟରେ ଅଗ୍ନିଶମ ବିଭାଗର ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌(ଏନ୍‌ଓସି) ନଥିଲା।

ସମ୍ବନ୍ଧିତ ଖବର