ନୂଆଦିଲ୍ଲୀ: ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଅତିଶୀ। ଗତ କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଦଳ ବୈଠକ ପରେ ଅତିଶୀଙ୍କ ନାମ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେବା ପରେ ବିଧାୟକମାନେ ଏଥିରେ ରାଜି ହୋଇଥିଲେ। ତେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅତିଶୀଙ୍କ ନାମ ଘୋଷଣା ହେବା ପରେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କାଲ୍କାଜିରୁ ବିଧାୟିକା ଥିବା ଅତିଶୀଙ୍କ ବ୍ୟକ୍ତିଗତ ତଥା ରାଜନୈତିକ ଜୀବନ ଅତ୍ୟନ୍ତ ଉଜ୍ଜ୍ୱଳ। ଦିଲ୍ଲୀ ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ପଢ଼ିବା ପରେ ଅତିଶୀ ଜଣେ ଶିକ୍ଷୟତ୍ରୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ସେ ଏନଜିଓରେ ଯୋଗ ଦେଇଥିଲେ। ସେଠାରେ କିଛି ମାସ କାମ କରିବା ପରେ ସେ ୨୦୧୩ ମସିହାରେ ଆମ୍ ଆଦମୀ ପାର୍ଟି ସହିତ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ | ବିଶେଷ କଥା ହେଉଛି ବର୍ଷ ବର୍ଷ ଧରି କାମ କରିବା ପରେ ମଧ୍ୟ ରାଜନୀତିକୁ ଆସିବା ପରେ ଅତିଶୀଙ୍କର ମୋଟ ସମ୍ପତ୍ତି ୧କୋଟି ୪୧ଲକ୍ଷ ଟଙ୍କା ରହିଛି। ୨୦୧୯ଲୋକସଭା ନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ସେ ତାଙ୍କ ସମ୍ପତ୍ତି ବିଷୟରେ ଘୋଷଣା କରିଥିଲେ। ଏଥିରେ ତାଙ୍କ ମୋଟ ସମ୍ପତ୍ତି ୧.୪୧କୋଟି ବୋଲି ଲେଖାଥିଲା। ତାଙ୍କ ନାମରେ କୌଣସି କାର୍ ନଥିବା ସହ କୌଣସି ଅଳଙ୍କାର ମଧ୍ୟ ନଥିବା ବିଷୟରେ ସେ ସତ୍ୟପାଠରେ ଲେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/d945ND6rO7ApUP1X3cOk.jpg)