ନୂଆଦିଲ୍ଲୀ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ବାସିନ୍ଦା ଅଣନିଃଶ୍ବାସୀ ହୋଇପଡ଼ିଛନ୍ତି। ଲଗାତାର ଭାବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ (ବାୟୁର ମାନ ସୂଚକାଙ୍କ) ୩୦୦ ଉପରେ ରହୁଛି। ଦୀପାବଳିର ଦ୍ବିତୀୟ ସପ୍ତାହରେ ବି ଏକ୍ୟୁଆଇ ଅତି ଖରାପ୍ ଶ୍ରେଣୀରେ ରହୁଥିବାରୁ ଦିଲ୍ଲୀ ବାସିନ୍ଦା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କିଛି ଦୀର୍ଘମିଆଦୀ ସମାଧାନ ପନ୍ଥା କାଢ଼ିବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ସକାଳେ ଦିଲ୍ଲୀରେ ଅଧିକାଂଶ ସ୍ଥାନ ଧୁଆଁ ଆଚ୍ଛାଦିତ ହୋଇଥିବାବେଳେ ଅଧିକାଂଶ ଦିଲ୍ଲୀ ବାସିନ୍ଦା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି। ସିପିସିବି ( କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଏକ୍ୟୁଆଇ ଆଜି ସକାଳ ୮ଟାରେ ୩୫୫ ଥିଲା। ଏହା ଅତି ଖରାପ୍ ଶ୍ରେଣୀରେ ଯାଉଛି।
ଲୋକ ଦୀର୍ଘମିଆଦୀ ସମାଧାନ ପାଇଁ ପ୍ରଶାସନକୁ ଅନୁରୋଧ କଲେ
କର୍ତ୍ତବ୍ୟ ପଥରେ ନିୟମିତ ସାଇକେଲ ଚଳାଉଥିବା ଜଣେ ବ୍ୟକ୍ତି ବରୁଣ କହିଛନ୍ତି, ଗତ ୨୫ ବର୍ଷ ହେବ ମୁଁ ଦିଲ୍ଲୀରେ ରହୁଛି। ଗତ ୨ରୁ ୩ ବର୍ଷ ହେବ ମୁଁ ନିୟମିତ ସାଇକେଲ୍ ଚଳାଉଛି। ପ୍ରଦୂଷଣ କେବଳ ଏହି ସମୟରେ ହିଁ ଅତିଶୟ ବଢ଼ୁଛି। କିନ୍ତୁ ସରକାର କେବଳ ବାଣ ଫୁଟାଇବା ଉପରେ ଗୁରୁତ୍ବାରୋପ କରୁଛନ୍ତି। କିନ୍ତୁ ପ୍ରଦୂଷଣ ବୃଦ୍ଧି ପଛରେ ଏହା ମୁଖ୍ୟ କାରଣ ନୁହେଁ। ନିକଟସ୍ଥ ରାଜ୍ୟରେ ନଡ଼ାପାଳ ଜାଳିବା ପ୍ରଦୂଷଣର ମୁଖ୍ୟ କାରଣ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସଫର ଇଣ୍ଡିଆ ଅନୁଯାୟୀ ଅଶୋକ ବିହାରରେ ଆଜି ଏକ୍ୟୁଆଇ ୩୯୦ ରେକର୍ଡ ହୋଇଥିବାବେଳେ ଦ୍ବାରକା ସେକ୍ଟର ୮ରେ ୩୬୭, ଜାହାଙ୍ଗିରପୁରୀରେ ୪୧୭, ଲୋଧି ରୋଡ୍ରେ ୩୧୩, ମୁଣ୍ଡକାରେ ୪୦୪, ନଜଫଗଡ଼ରେ ୩୫୫ ଏବଂ ନରେଲାରେ ଏକ୍ୟୁଆଇ ୩୫୬ ରହିଛି। ଆନନ୍ଦ ବିହାରରେ ଏକ୍ୟୁଆଇ ଅତି ସାଂଘାତିକ ଶ୍ରେଣୀକୁ ଚାଲି ଯାଇଛି। ଆନନ୍ଦବିହାରରେ ଏକ୍ୟୁଆଇ ୪୦୩ ଥିବାବେଳେ ପ୍ରତାପଗଞ୍ଜରେ ୩୭୧, ପୁସାରେ ୩୨୦, ଆରକେ ପୁରମରେ ୩୬୫, ରୋହିଣୀରେ ୪୧୫, ଶାଦିପୁରରେ ୩୫୯ ଏବଂ ବିବେକ ବିହାରରେ ଏକ୍ୟୁଆଇ ୩୮୫ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/13/JDOOdn2Xarqv9WwkwQ3r.jpg)