ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଏକ ଘରୋଇ ଏୟାରଲାଇନ୍ସର ଜଣେ ପାଇଲଟଙ୍କୁ ଗିରଫ କରିଛି। ତାଙ୍କ ଉପରେ ସ୍ପାଏ କ୍ୟାମେରାରେ ବଜାରରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବାର ଅଭିଯୋଗ ରହିଛି। ଯୁବତୀ ଜଣଙ୍କ ପୁଲିସର ସାହାଯ୍ୟ ଲୋଡ଼ିଥିଲା, କିନ୍ତୁ ସମସ୍ୟା ଥିଲା ଯେ ସେ ଅଭିଯୁକ୍ତର ନାମ କିମ୍ବା ପରିଚୟ ଜାଣି ନଥିଲା। ଏହାପରେ ପୁଲିସ ବହୁତ ଚେଷ୍ଟା ପରେ ତାକୁ ଧରିପାରିଥିଲା।
ଘଟଣାଟି ଦିଲ୍ଲୀର ଦକ୍ଷିଣ ପଶ୍ଚିମ ଜିଲ୍ଲାର କିଶନଗଡ଼ ଅଞ୍ଚଳର। ଅଗଷ୍ଟ ୩୦ ରାତିରେ ପ୍ରାୟ ୧୦:୨୦ ସମୟରେ କିଶନଗଡ଼ ଅଞ୍ଚଳର ଜଣେ ଯୁବତୀ ଶନି ବଜାରକୁ ଯାଇଥିଲେ। ସେହି ସମୟରେ ସେ ଦେଖିଥିଲେ ଯେ ଜଣେ ଅଜଣା ବ୍ୟକ୍ତି ଆପତ୍ତିଜନକ ଭାବରେ ତାଙ୍କର ଭିଡିଓ କରିବାକୁ ଚେଷ୍ଟା କରୁଛନ୍ତି। ବ୍ୟକ୍ତି ଜଣକ ଲାଇଟର ଭଳି ଦେଖାଯାଉଥିବା କ୍ୟାମେରାରେ ତାଙ୍କ ଭିଡିଓ ରେକର୍ଡିଂ କରୁଥିଲେ। ଯୁବତୀ ଜଣଙ୍କ ତୁରନ୍ତ ପୁଲିସ ପାଖକୁ ଯାଇ ଅଭିଯୋଗ କରିଥିଲା।
କିଶନଗଡ଼ ପୋଲିସ ଷ୍ଟେସନରେ ଯୁବତୀଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଥିଲା। ମାମଲାଟି ସମ୍ବେଦନଶୀଳ ଥିଲା, ତେଣୁ ପୁଲିସ ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ସେଠାରୁ ସେମାନେ ଅଭିଯୁକ୍ତଙ୍କ ଫଟୋ ବାହାର କରିଥିଲେ। ବହୁତ ଚେଷ୍ଟା ପରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା। ପଚରାଉଚରା ସମୟରେ ସେ ତା ଅପରାଧ ମଧ୍ୟ ସ୍ୱୀକାର କରିଥିଲା। ପୁଲିସ ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ମୋହିତ ପ୍ରିୟଦର୍ଶୀ। ୩୧ ବର୍ଷୀୟ ମୋହିତ ଉତ୍ତରପ୍ରଦେଶର ଆଗ୍ରା ଅଂଚଳର। ସେ ଏକ ଘରୋଇ ଏୟାରଲାଇନ୍ସରେ ପାଇଲଟ୍ ଭାବରେ କାମ କରନ୍ତି। ପୁଲିସ ତାଙ୍କଠାରୁ ଏକ ସ୍ପାଏ କ୍ୟାମେରା ମଧ୍ୟ ଜବତ କରିଛି। ପୁଲିସ କହିଛି ଯେ ମୋହିତ ପ୍ରିୟଦର୍ଶୀ ଅବିବାହିତ। ପୁଲିସର ପଚରାଉଚରା ସମୟରେ ସେ ସ୍ୱୀକାର କରିଛନ୍ତି ଯେ ସେ ନିଜ ବ୍ୟକ୍ତିଗତ ସନ୍ତୋଷ ପାଇଁ ଏପରି ଭିଡିଓ ତିଆରି କରୁଥିଲେ। ଅଭିଯୁକ୍ତ ପାଇଲଟ୍ ପାଦରେ ସ୍ପାଏ କ୍ୟାମେରା ଲଗାଇ ଦିଲ୍ଲୀର ବଡ଼ ବଡ଼ ବଜାର ଏବଂ ଦାମୀ ମଲ ଗୁଡ଼ିକୁ ଯାଉ ଝିଅମାନଙ୍କର ଭିଡିଓ ସୁଟ୍ କରୁଥିଲା। ସେ ବିଶେଷକରି ଛୋଟ ପୋଷାକ ପିନ୍ଧି ବଜାର କିମ୍ବା ମଲକୁ ଆସୁଥିବା ଝିଅମାନଙ୍କୁ ଟାର୍ଗେଟ କରୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/29/2025-01-29t142309426z-whatsapp-image-2025-01-03-at-23901-am.jpeg)
/sambad/media/media_files/2025/09/05/spy-cam-2025-09-05-12-52-46.jpg)