ନୂଆଦିଲ୍ଲୀ : ଉତ୍ତର ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୨୬ ବର୍ଷୀୟା ଏସ୍ଆଇ ପ୍ରୀତି ଅଲାୱାତ୍ ରୋହିନି ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେସନ୍ରୁ ତାଙ୍କ ବାସଭବନକୁ ଯାଉଥିବା ବେଳେ ବାଟରେ ତାଙ୍କର ଜଣେ ବ୍ୟାଚ୍ମେଟ୍ ଦୀପାଂଶୁ ରଥୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ପ୍ରୀତିଙ୍କ ମୁଣ୍ଡରେ ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉଭୟ ପ୍ରୀତି ଏବଂ ଦୀପାଂଶୁ ରଥୀ ୨୦୧୮ ବ୍ୟାଚ୍ର। ଦୀପାଂଶୁ ଏହି ଗୁଳିକାଣ୍ଡ ଘଟାଇବା ପରେ ଆତ୍ମହତ୍ୟା କରିଛନ୍ତି। ହରିୟାଣାର ସୋନିପତ ସ୍ଥିତ ମୁର୍ଥାଲ୍ରୁ ଦୀପାଂଶୁଙ୍କ କାର୍ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୁଲିସ ସୂଚନାନୁଯାୟୀ ପ୍ରୀତି ପୂର୍ବ ଦିଲ୍ଲୀର ଶିଳ୍ପାଞ୍ଚଳ ଥାନାରେ ନିଯୁକ୍ତ ହୋଇଥିଲେ। ଅନ୍ୟପକ୍ଷେ ଏସ୍ଆଇ ଦୀପାଂଶୁ ସୋନିପତ୍ର। ସେ ରୋହିଣିରେ ଏକ ଭଡ଼ାଘରେ ରହୁଥିଲେ। ସେମାନେ ଦୁଇଜଣ ଭଲ ବନ୍ଧୁ ଥିଲେ। ମିଳିଥିବା ସୂଚନାନୁଯାୟୀ ଦୀପାଂଶୁ ପ୍ରୀତିଙ୍କୁ ପ୍ରେମ କରୁଥିଲେ ଏବଂ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରୀତି ଏହି ବିବାହ ପ୍ରସ୍ତାବକୁ ପ୍ରତ୍ୟଖ୍ୟାନ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୀପାଂଶୁ ଏସ୍ଆଇ ପ୍ରୀତିଙ୍କୁ ହତ୍ୟା କରିଥିବା କୁହାଯାଉଛି। ପୁଲିସ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସହରରେ ସୁରକ୍ଷା କଡ଼ାକଡ଼ି ଥିବାବେଳେ ଏଭଳି ଏକ ଗୁଳିକାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି।
ଦିଲ୍ଲୀରେ ପୁଲିସ ଏସ୍ଆଇଙ୍କ ଅଭାବନୀୟ କାଣ୍ଡ: ମହିଳା ଏସ୍ଆଇଙ୍କୁ ଗୁଳି କରି ହତ୍ୟା ପରେ ଆତ୍ମହତ୍ୟା କଲେ
/sambad/media/post_attachments/wp-content/uploads/2020/02/f65j4dg65j4dg65j4dg65j4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)