ରେସ୍ତୋରାଁରେ ନିଜକୁ ଫୁଡ୍‌ ବ୍ଲଗର ବୋଲି ପରିଚୟ ଦେଇ ଖାଦ୍ୟ ସମୀକ୍ଷା କରୁଥିଲେ ମହିଳା, ୫ବର୍ଷ ମାଗଣାରେ ଖାଦ୍ୟ ଖାଇବା ପରେ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ନିଜକୁ ଜଣେ ଫୁଡ଼୍‍ ବ୍ଲଗର ବୋଲି କହୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ମହିଳାଜଣଙ୍କ ୫ବର୍ଷ ହେଲା ନିଜକୁ ଦିଲ୍ଲୀର ଏକ ବଡ଼ ରେସ୍ତୋରାଁରେ ଫୁଡ଼୍‍ ବ୍ଲଗର ବୋଲି ପରିଚୟ ଦେଇ ମାଗଣାରେ ଖାଦ୍ୟ ଖାଉଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି । ରେସ୍ତୋରାଁକୁ ଯାଇ ମହିଳା ନିଜକୁ ଫୁଡ଼୍‍ ବ୍ଲଗର ବୋଲି କହି ଖାଦ୍ୟ ସମୀକ୍ଷା କରୁଥିଲେ । କିନ୍ତୁ ସେଠାରୁ ଖାଇ ଆସିବା ପରେ ସେ ସେହି ରେସ୍ତୋରାଁ ବିଷୟରେ କିଛି ଲେଖୁ ନଥିଲେ । ଯାହା ୫ବର୍ଷ ପରେ ସାମ୍ନାକୁ ଆସି ପାରିଥିବା ବେଳେ ଅଭିଯୁକ୍ତ ମହିଳାଙ୍କ ନାମ ସ୍ୱାତୀ ବୋଲି ଚିହ୍ନଟ କରାଯାଇଛି ।

The Nation

ସୂଚନା ମୁତାବକ, ସ୍ୱାତୀ ନିଜକୁ ଫୁଡ଼୍‍ ବ୍ଲଗର ଏବଂ ଇନ୍‌ଫ୍ଲୁଏନ୍ସର ବୋଲି ପରିଚୟ ଦେଇ ରେସ୍ତୋରାଁ ଯାଉଥିଲେ । ଯେଉଁଠି ତାଙ୍କୁ ରେସ୍ତୋରାଁରେ ତିଆରି ହେଉଥିବା ବିଭିନ୍ନ ପ୍ରକାରର ଖାଦ୍ୟ ସମୀକ୍ଷା କରିବାକୁ ଦିଆ ଯାଉଥିଲା । ଖାଦ୍ୟ ଖାଇବା ପରେ ସେ ସେଠାରୁ ଚାଲି ଆସୁଥିଲେ । କିଛି ଦିନ ତଳେ ରେସ୍ତୋରାଁର ମାଲିକ ଜାଣିବାକୁ ପାଇଲେ କି ସ୍ୱାତୀଙ୍କ କୌଣସି ବ୍ଲଗ୍‌ ନଥିବା ସହ କୌଣସି େଓ୍ଵବ୍‌ସାଇଟ୍‌ ମଧ୍ୟ ନାହିଁ । ଯାହା ପରେ ସେ ସ୍ୱାତୀଙ୍କୁ ପୁଲିସ ହାତରେ ଧରା ପକାଇବା ପାଇଁ ବ୍ରେକ୍‌ଫାଷ୍ଟର ଅଫର ଦେଇଥିଲେ । ମଙ୍ଗଳବାର ସ୍ୱାତୀ ଅଫର ପାଇବା ପରେ ସକାଳେ ଯାଇ ରେସ୍ତୋରାଁରେ ପହଞ୍ଚିଥିଲେ । ଯାହା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର