ଦିଲ୍ଲୀ ପୁଲିସ୍‌ ହାତରେ ଧରାପଡ଼ିଲେ ୩ ଜଣ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍‌ଲାମିକ୍‌ ଷ୍ଟେଟ୍‌ ଜମ୍ମୁ-କଶ୍ମୀରର ୩ ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସ୍‌ର ସ୍ପେସିଆଲ୍‌ ସେଲ୍‌ ଶନିବାର ଗିରଫ କରିଛି। ବିସ୍ଫୋରକ ସାମଗ୍ରୀ ସାଥିରେ ହତିଆର ଓ ଗୋଳା ବାରୁଦ ବି ସେମାନଙ୍କ ନିକଟରୁ ଜବତ କରାଯାଇଛି। ଦିଲ୍ଲୀରେ ଗତ ଦୁଇ ସପ୍ତାହ ହେବ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି। ଗତ ସପ୍ତାହରେ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ସୂଚନା ରହିଥିଲା ଯେ ୪ ଜଣ ଆତଙ୍କବାଦୀ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ କରି ଆକ୍ରମଣ କରିବାର ଯୋଜନାରେ ଅଛନ୍ତି। ଏହି ସୂଚନା ମିଳିବା ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ା ହୋଇଛି।

ନଭେମ୍ବର ୧୩ ତାରିଖରେ ଅନ୍ୟ ଏକ ଆଲର୍ଟ ଜାରି କରାଯାଇଥିଲା। ଜାତୀୟ ରାଜଧାନୀରେ ହାଇ ଆର୍ଲଟ ଜାରି କରିବା ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ଏକ ପତ୍ର ଜାରି କରି ୧୩ ତାରିଖରେ ସୁରକ୍ଷା ଏଜେନ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ କରାଇବା ଜାଣିବାକୁ ମିଳିଥିଲା। ସେହି ପତ୍ରରେ ଦର୍ଶରଯାଇଥିଲା ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଦିଲ୍ଲୀରେ ଏକ ବିରାଟ ଆକ୍ରମଣ ଘଟାଇବାର ଯୋଜନା କରିଛି।

ସମ୍ବନ୍ଧିତ ଖବର