ନୂଆଦିଲ୍ଲୀ: ଜାମିୟା ମିଲିୟା ହିଂସା ମାମଲାରେ ଦିଲ୍ଲୀ ପୁଲିସ ଆଜି ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ ୧୮ ଜଣଙ୍କ ନାମ ରହିଛି। ସେମାନଙ୍କ ବିରୋଧରେ ଦଙ୍ଗା, ସରକାରୀ ସମ୍ପତ୍ତି ନଷ୍ଟ କରିବା ନେଇ ମାମଲା ରୁଜୁ ହୋଇଛି। ଗତ ଡିସେମ୍ବରରେ ଜାମିଆ ବିଶ୍ବବିଦ୍ୟାଳୟରେ ହିଂସା ପାଇଁ ଶରଜିଲ ଇମାମ୍ ଉସୁକାଇଥିଲା ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟ୍ରେ ଦର୍ଶାଯାଇଛି। ଚାର୍ଜସିଟ୍ରେ ମଧ୍ୟ ଦିଲ୍ଲୀ ପୁଲିସ ସିସିଟିଭି ଫୁଟେଜ୍ ରଖିବା ସହ ମାମଲାରେ ୧୦୦ ଜଣ ସାକ୍ଷୀଙ୍କ ବୟାନ ଏବଂ କଲ୍ ରେକର୍ଡ ରଖାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp