କରୋନାକୁ ହରାଇ ଡିୟୁଟିରେ ଯୋଗ ଦେଇଥିବା ପୁଲିସକର୍ମଚାରୀଙ୍କୁ ଫୁଲବର୍ଷା ସହିତ ଢ଼ୋଲ ବଜାଇ ସ୍ୱାଗତ କରାଗଲା
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦିଲ୍ଲୀ ପୁଲିସର ଜଣେ କନେଷ୍ଟବଳଙ୍କୁ ଦେଖିବାକୁ ମିଳୁଛି, ଯାହାଙ୍କ ନାମ ପ୍ରବୀଣ ବୋଲି ଜଣାପଡ଼ିଛି। ପ୍ରବୀଣ କିଛିଦିନ ପୂର୍ବରୁ କରୋନାଭାଇରସ୍ ସଂକ୍ରମଣର ଶିକାର ହୋଇଥିଲେ। ଖୁସିର କଥା ହେଉଛି, ସେ ଏବେ ସୁସ୍ଥ ହୋଇ ଡିୟୁଟିରେ ଯୋଗ ଦେବାକୁ ଆସିଛନ୍ତି। ସେ ଯେମିତି ହିଁ ଡିୟୁଟିରେ ପହଞ୍ଚିଛନ୍ତି ଲୋକମାନେ ତାଙ୍କ ଉପରେ ଫୁଲବର୍ଷା କରିବା ସହିତ ଢ଼ୋଲ ବଜାଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
@DCPSEastDelhi @ndtvindia @LtGovDelhi
ओखला मंडी में तैनात अमर कॉलोनी थाने के 5 पुलिसकर्मी कोरोना पॉजिटिव हुए थे, इनमें एक कांस्टेबल प्रवीण जब ठीक होकर वापस लौट तो साथी पुलिसकर्मियों उनका जबरदस्त स्वागत किया#CoronaWarriorsIndia #CoronaUpdatesInIndia pic.twitter.com/AO4kw5BXV6— Mukesh singh sengar मुकेश सिंह सेंगर (@mukeshmukeshs) May 9, 2020
ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛୁ କି, ନିକଟରେ ଦିଲ୍ଲୀର ଓଖଲା ମଣ୍ଡିରେ ନିୟୋଜିତ ଥିବା ୫ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହି ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଏହି ପାଞ୍ଚଜଣଙ୍କ ମଧ୍ୟରୁ ଆଜି ପୁଲିସକର୍ମଚାରୀ ପ୍ରବୀଣ ସୁସ୍ଥ ହୋଇ ଉମର କଲୋନି ଥାନାରେ ଡିୟୁଟିରେ ଯୋଗ ଦେବାକୁ ପହଞ୍ଚିଛନ୍ତି। ସେଠାରେ ତାଙ୍କର ସ୍ୱାଗତ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିବା ସହିତ ଆଳତୀ ବି କରାଯାଇଥିଲା।