ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ ଦିଲ୍ଲୀ ପୁଲିସ ଆଲର୍ଟ ରହିଛି। ଯେ କୌଣସି ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ପୁଲିସ କମିସନର ରାକେଶ ଅସ୍ଥାନା କହିଛନ୍ତି ଯେ ମୋଟ ୨୭ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୧ ଡିସିପି, ୨୧୩ ଏସିପି ଏବଂ ୭୫୩ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ବାୟୁସୀମାକୁ ସୁରକ୍ଷିତ କରିବା ପାଇଁ କାଉଣ୍ଟର ଡ୍ରୋନ୍‌ ଜ୍ଞାନକୌଶଳର ଉପଯୋଗ କରାଯାଉଛି। ବିଭିନ୍ନ ଗୁଇନ୍ଦା ସଂସ୍ଥା ସର୍ବାଧିକ ଆଲର୍ଟରେ ଅଛନ୍ତି।

Advertisment

publive-image ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ରବିବାର ସାଧାରଣତନ୍ତ୍ର ଦିବସ ସମାରୋହ ଆରମ୍ଭ ହୋଇଯାଇଛି। ରାଜପଥରେ ସାଧାରଣତନ୍ତ୍ର ଦିବସରେ ହେବାକୁ ଥିବା ପରେଡ୍‌ର ଫୁଲ୍‌ ଡ୍ରେସ୍‌ ରିହର୍ସଲ କରାଯାଇଛି