ସପ୍ତାହାନ୍ତ କର୍ଫ୍ୟୁରେ କ୍ରିକେଟ ଖେଳିହେବ କି? ପୁଲିସ କହିଲା ଖେଳିବ ଯଦି ଧରିବୁ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ, ବେଳେବେଳେ କିଛି ପୋଷ୍ଟ ଖୁବ ଭାଇରାଲ ହୋଇଥାଏ | ଏଥର ଦିଲ୍ଲୀ ପୁଲିସର ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ ଭାଇରାଲ ହେଉଛି। ବାସ୍ତବରେ, କୋଭିଡ କାରଣରୁ ଦିଲ୍ଲୀରେ ସପ୍ତାହାନ୍ତ ପାଇଁ ବିଶେଷ ପ୍ରତିବନ୍ଧକ ଲାଗୁ କରାଯାଇଛି | ଯେଉଁମାନେ ଘରୁ ବାହାରକୁ ଆସୁଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ କରାଯାଉଛି | ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଘରୁ ବାହାରକୁ ଯିବାକୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରିଥିଲେ | ଯାହାକୁ ସୋସିଆଲ ମିଡିଆରେ ଦିଲ୍ଲୀ ପୁଲିସ କ୍ରିକେଟ୍ ଶୈଳୀରେ ଉତ୍ତର ଦେଇଛି। ଜଣେ ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି, ‘ଆମେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧି କ୍ରିକେଟ୍ ଖେଳି ପାରିବୁ କି?’

ଏହି ପ୍ରଶ୍ନର ଉତ୍ତରରେ ଦିଲ୍ଲୀ ପୁଲିସ୍ ଉତ୍ତର ଦେଇଛି ଯେ: “ଏହା ଏକ ସାମାନ୍ୟ କଥା, ସାର୍। ଏବେ ଘରେ ସୁରକ୍ଷିତ ଭାବେ ରହିବା କଥା । ଏହା ବାଦ ଦିଲ୍ଲୀ ପୁଲିସ୍ ଭଲ କ୍ୟାଚିଙ୍ଗ କରିପାରେ | ଅର୍ଥାତ ଦିଲ୍ଲୀ ପୁଲିସ ଅମାନିଆଙ୍କୁ ଭଲରେ ଧରିପାରେ’ |

ଦିଲ୍ଲୀ ପୁଲିସର ଏହି ଟ୍ୱିଟକୁ ନେଇ ୟୁଜର୍ସମାନେ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି | ଜଣେ ୟୁଜର୍ସ ଏହି ଉତ୍ତରକୁ ‘ଐତିହାସିକ’ ବୋଲି କହିଛନ୍ତି | ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଆମ ଦିଲ୍ଲୀ ପୁଲିସର ଭଲ ବ୍ୟାଟିଂ କୌଶଳ ମଧ୍ୟ ଅଛି’ | ତେବେ ଲୋକଙ୍କୁ ସଚେତନ କରାଇବା ପାଇଁ ଏଭଳି ପୋଷ୍ଟ ପ୍ରଥମ ଘଟଣା ନୁହେଁ | ଏହାପୂର୍ବରୁ ମଧ୍ୟ ଦେଶର ଅନେକ ରାଜ୍ୟର ପୁଲିସ୍ ଲୋକଙ୍କୁ ମନାଇବା ପାଇଁ ସୃଜନଶୀଳ ପୋଷ୍ଟର ସାହାଯ୍ୟ ନେଇଛନ୍ତି।

ସମ୍ବନ୍ଧିତ ଖବର