ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଥିବାରୁ ଜେଏନ୍‌ୟୁ ଛାତ୍ରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କଲା ପୁଲିସ

ନୂଆଦିଲ୍ଲୀ: ହଷ୍ଟେଲ୍‌ ଦେୟ ବୃଦ୍ଧି ବିରୋଧରେ ପ୍ରତିବାଦ କରୁଥିବା ସମୟରେ ବିବେକାନନ୍ଦଙ୍କ ମୂର୍ତ୍ତି ଏବଂ କୁଳପତିଙ୍କ କାର୍ଯ୍ୟଳୟ ଭଙ୍ଗାରୁଜା କରିଥିବା ଜେଏନ୍‌ୟୁ ଛାତ୍ରଙ୍କ ବିରୋଧ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି।

ଉଦ୍‌ଘାଟନ ହୋଇ ନ ଥିବା ମୂର୍ତ୍ତି ଭଙ୍ଗାରୁଜା କରିଥିବା ଅଜ୍ଞାତ ଦୁର୍ବୃତ୍ତମାନଙ୍କ ବିରୋଧରେ ବିବେକାନନ୍ଦ ପ୍ରତିମୂର୍ତ୍ତି କମିଟିର ସଭାପତି ବୁଦ୍ଧ ସିଂହ ଶନିବାର ଦିନ ଏତଲା ଦେଇଛନ୍ତି।

ଏ ଘଟଣାରେ ସମ୍ପୃକ୍ତ ସାତଜଣ ଛାତ୍ରଙ୍କୁ ଚିହ୍ନଟ କରାଯାଇ ସାରିଥିଲେ ବି, ସେମାନଙ୍କର ନାମ ପ୍ରକାଶ କରାଯାଇ ନାହିଁ।

ଅଭିଯୋଗ ଅନୁସାରେ, ଗୁରୁବାର ଦିନ ପରିସର ମଧ୍ୟସ୍ଥ ମୂର୍ତ୍ତିର ବଇଠିରେ ଆପତ୍ତିଜନକ କଥା ଲେଖାଯଇଥିଲା।

Image Source: Indian Express

ରାଜନୈତିକ ମନ୍ତବ୍ୟ ଥାଇ ପ୍ରତିମୂର୍ତ୍ତିର ବଇଠିରେ ରଙ୍ଗିନ ଅକ୍ଷରରେ ଆପତ୍ତିଜନକ କଥା ଲେଖାଯାଇଥିଲା। ଏହି ବାର୍ତ୍ତା ଗୋଟାଏ ନିର୍ଦ୍ଦିଷ୍ଟ ଦଳ ଏବଂ ଗେରିକ ବସ୍ତ୍ର ପରିଧାନକାରୀ ଗୋଷ୍ଠୀ ପ୍ରତି ଦିଆଥିବାପରି ଜଣାପଡୁଥିଲା। ଏହି କଥାଗୁଡ଼ିକ ମଧ୍ୟ ଅଶ୍ଳୀଳ।

ଅକ୍ଟୋବର ୨୮ ରୁ ନଭେମ୍ବର ୧୪ ମଧ୍ୟରେ ପ୍ରତିବାଦକାରୀ ଛାତ୍ରମାନେ କାନ୍ଥବାଡ଼ରେ ଆପତ୍ତିଜନକ କଥା ଲେଖିବା ସହ ଜେଏନ୍‌ୟୁର ପ୍ରଶାସନିକ ବ୍ଲକ୍‌କୁ ମଧ୍ୟ ଅସୁନ୍ଦର କରିପକାଇଛନ୍ତି।

ସମ୍ବନ୍ଧିତ ଖବର