ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ୫ ଦିନ ରିମାଣ୍ଡରେ ନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ତଥା ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇକୁ ଆଜି ଦିଲ୍ଲୀ ପୁଲିସ ୫ ଦିନ ରିମାଣ୍ଡ୍‌ରେ ନେଇଛି। ତେବେ ଏକ ପୁରୁଣା ମାମଲାରେ ପୁଲିସ ତାକୁ ରିମାଣ୍ଡରେ ନେଇଥିବା କୁହାଯାଉଥିଲେ ମଧ୍ୟ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ତାକୁ ଜେରା କରିବ। ଆଜି ଗ୍ୟାଙ୍ଗଷ୍ଟର୍‌ ଲରେନ୍ସ ବିଷ୍ଣୋଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପୁଲିସର ନକଲି ଏନକାଉଣ୍ଟର୍ ଦ୍ବାରା ତା’ର ମୃତ୍ୟୁ ହୋଇପାରେ ବୋଲି ସେ କହିଥିଲା। କୋର୍ଟ ତା’ର ଆବେଦନକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ବିଷ୍ଣୋଇର ସୁରକ୍ଷା ବୃଦ୍ଧି କରାଯାଇଛି ବୋଲି ତିହାର ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଉଲ୍ଲେଖଯୋଗ୍ୟ ଦିଲ୍ଲୀ ପୁଲିସ ଦ୍ବାରା ଗତକାଲି ଠାରୁ ଲରେନ୍ସ ବି‌ଷ୍ଣୋଇକୁ ଜେରା ଆରମ୍ଭ ହୋଇଛି। କାନାଡ଼ାର ଗ୍ୟାଙ୍ଗ୍‌ଷ୍ଟର ଗୋଲ୍ଡି ବ୍ରାର୍‌ ମଧ୍ୟ ଏହି ହତ୍ୟା ମାମଲାରେ ସମ୍ପୃକ୍ତି ଥିବାରୁ ଏ ନେଇ ଖୋଳତାଳ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର