ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅର୍ଥାତ୍ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି କରାଯିବା ସହିତ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରାଯାଇଛି।
/sambad/media/post_attachments/wp-content/uploads/2018/01/Delhi-Police_380_AFP2-300x225.jpg)
ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଦିଲ୍ଲୀର ଜାମା ମସ୍ଜିଦ୍ ଅଞ୍ଚଳରେ ତିନିଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ତିନି ଜଣ ଆତଙ୍କବାଦୀ ଜାନୁଆରି ୨୬ ତାରିଖରେ ଏକ ବଡ଼ ଧରଣର ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ତିନି ଜଣ ଆତଙ୍କବାଦୀ ପସ୍ତୋ ଭାଷାରେ କଥାବାର୍ତ୍ତା ହେଉଥିବାର ସୂଚନା ମିଳିଛି। ଏମାନେ ଅଫଗାନର ମୂଳ ବୋଲି କୁହାଯାଉଛି। ତେବେ ଦିଲ୍ଲୀ ପୁଲିସ ଏହି ଆତଙ୍କବାଦୀଙ୍କୁ ଅନେକ ଦିନ ହେବ ଖୋଜି ବୁଲୁଛି। ଏହି ଆତଙ୍କବାଦୀମାନେ ଇଣ୍ଡିୟନ ମୁଜାହିଦିନର କର୍ଣ୍ଣାଟକ ଓ ମୁମ୍ବାଇ ମାଡ୍ୟୁଲର ସଦସ୍ୟ ବୋଲି ସୂଚନା ମିଳିଛି। ଏମାନଙ୍କ ସୂଚନା ଦେବା ବ୍ୟକ୍ତିଙ୍କ ନାମ ଗୋପନ ରଖିବା ସହିତ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବ।
/sambad/media/post_attachments/wp-content/uploads/2018/01/delhi-police-main-300x167.jpg)
ପୂର୍ବରୁ ଗଣତନ୍ତ୍ର ଦିବସରେ ଡ୍ରୋନ୍ ଜରିଆରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଏଥିସହିତ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। ପ୍ରତ୍ୟେକ ସ୍ଥାନରେ ତନତନ କରି ଯାଞ୍ଚ କରାଯାଉଛି। କୌଣସି ଗାଡ଼ି କିମ୍ବା ବ୍ୟକ୍ତିଙ୍କ ସ୍ୱଭାବ ନେଇ ସନ୍ଦେହ ହେଲା ମାତ୍ରେ ସଙ୍ଗେସଙ୍ଗେ ତାଙ୍କ ଦାସ୍ତାବିଜ ଯାଞ୍ଚ କରାଯାଉଛି। ସାଇବର କେଫେ ଓ ପାର୍କିଂ ସ୍ଥାନମାନଙ୍କରେ ବି ପୁଲିସ ନଜର ରଖିଛି। ଜାନୁଆରି ୨୬ ତାରିଖ ଦିନ ଯେମିତି କୌଣସି ଆତଙ୍କବାଦୀ ଆକ୍ରମଣ ନହେଉ ସେନେଇ ପୂରାପୂରି ସଚେତନତା ଅବଲମ୍ବନ କରାଯାଉଛି ବୋଲି ଡିସିପି ଅଜିତ ସିଙ୍ଗଲ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/terrosrist_1516014779_618x347.jpeg)