ଦିଲ୍ଲୀ ପୁଲିସକୁ ବଡ ସଫଳତା: ୨୫୦୦ କୋଟି ଟଙ୍କାର ହେରୋଇନ ଜବତ, ୪ ଜଣ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସକୁ ବଡ ସଫଳତା ମିଳିଛି । ପୁଲିସ ୨୫୦୦ କୋଟି ଟଙ୍କାର ୩୫୦ କିଲୋ ହେରୋଇନ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ହରିଆଣା ଓ ଜଣଙ୍କୁ ଦିଲ୍ଲୀରୁ ଗିରଫ୍ କରାଯାଇଛି । ସେମାନଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚରା କରୁଛି ।

କୁହାଯାଉଛି କି ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍ ହାତରେ ନିଶା କାରବାରର ଏକ ବଡ ଗ୍ୟାଙ୍ଗ ଧରାପଡିଛି । ଏହି ମାମଲା ଏବେ ଏନସିବି ହାତକୁ ଯାଇପାରେ । ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଏନେଇ ୪ ଜଣଙ୍କୁ ଗିରଫ୍ କରିବା ପରେ ସାମ୍ବାଦିକ ସମ୍ମିଳନୀ କରିଛି । ଏଥିରେ ଜଣେ ଅଧିକାରୀ କହିଛନ୍ତି କି, ଚୋରା ଡ୍ରଗ୍ସ କାରବାର କରୁଥିବା ସତୀଶକୁ ଧରିବା ପାଇଁ ପୁଲିସ ପକ୍ଷରୁ ଅନେକ ଦିନ ହେବ ପ୍ରୟାସ କରାଯାଉଥିଲା ।

Narcos... Delhi chapter: Rs 275-crore drugs seized | Delhi News - Times of  India
Times Of India

ଦିଲ୍ଲୀ ପୁଲିସର ସୂଚନା ମୁତାବକ, ଏତେ ପରିମାଣର ଡ୍ରଗ୍ସକୁ ବେପାରୀମାନେ ସମୁଦ୍ର ପଥରେ କଣ୍ଟେନର୍ସରେ ଲୁଚାଇ ଆଣିଥିଲେ । ଏହାକୁ ମଧ୍ୟପ୍ରଦେଶର ଏକ ଫ୍ୟାକ୍ତ୍ରିରେ ଆହୁରି ଫାଇନ କରିବାକୁ ମାଫିଆମାନେ ଯୋଜନା କରିଥିଲେ । ଏହା ସହ ଏହି ଡ୍ରଗ୍ସକୁ ଲୁଚାଇବାକୁ ଫରିଦାବାଦରେ ଏକ ଘର ଭଡା ନିଆଯାଇଥିଲା

ତେବେ କରୋନା କାଳରେ ଦେଶରେ ଅବୈଦ୍ଧ ନିଶା କାରବାର ବୃଦ୍ଧି ପାଇଛି । ପଡୋଶୀ ଦେଶମାନଙ୍କରୁ ଚୋରାରେ ଡ୍ରଗ୍ସ ଭଳି ମାରାତ୍ମକ ନିଶା ଭାରତକୁ ଆସୁଛି । ଭାରତରେ ଡ୍ରଗ୍ସର ଚାହିଦା ଭଲ ରହିଥିବାରୁ ସେଠାରୁ କମ୍ ଦାମରେ କିଣି ନିଶା ବେପାରୀମାନେ ଭାରତରେ ତାହାକୁ ଚଢା ଦରରେ ବିକ୍ରି କରୁଛନ୍ତି ।

ସମ୍ବନ୍ଧିତ ଖବର