ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ବୋମା ରଖିବ ଦିଲ୍ଲୀ ପୁଲିସ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ସ୍ଥାନୀୟ ପୁଲିସ କର୍ମଚାରୀମାନଙ୍କ ସତର୍କତାକୁ ପରଖିବାକୁ  ଦିଲ୍ଲୀ ପୁଲିସ ଏକ ଅଭିନବ ଉପାୟ ଗ୍ରହଣ କରିବାକୁ ଯାଉଛି । ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ପକ୍ଷରୁ ଦିଲ୍ଲୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ବୋମା (ଆଇଇଡି) ରଖାଯିବ ଓ ସ୍ଥାନୀୟ ଅଂଚଳରେ ମୁତୟନ ଥିବା ପୁଲିସ ଏହାକୁ ନେଇ କେତେ ସତର୍କ ଓ ପ୍ରସ୍ତୁତ ତାହା ପରଖାଯିବ ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦିଲ୍ଲୀର ୧୫ଟି ଜିଲ୍ଲାର କେତେକ ଜନଗହଳିପୂର୍ଣ୍ଣ ସ୍ଥାନରେ ନକଲି ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍) ରଖିବାକୁ ନିଷ୍ପତ୍ତି ନେଇଛି । ସ୍ଥାନୀୟ ପୁଲିସ ଏହାକୁ ଚିହ୍ନଟ କରିବା ପରେ ପ୍ରୋଟୋକଲକୁ କେତେ ପାଳନ କରୁଛି ତାହା ଦେଖାଯିବ ।

ଆଇଇଡି ଚିହ୍ନଟ ପରେ ଜିଲ୍ଲା ପୁଲିସକୁ ସ୍ଥାନୀୟ ଅଂଚଳକୁ ଘେରାଓ କରାଯିବା ସହ ବାଲିବସ୍ତା ରଖାଯିବ । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳକୁ ସୂଚନା ଦିଆଯିବ । ଜିଲ୍ଲା ପୁଲିସର ଏହି କାର୍ଯ୍ୟକୁ ସିସିଟିଭି କ୍ୟାମେରା ମାଧ୍ୟମରେ ରେକର୍ଡ କରାଯିବ ।

ସୂଚନାଯୋଗ୍ୟ ଯେ, ପ୍ରଫେଟ ବୟାନ ବିବାଦ ପରେ ବିଶ୍ବର ଦୁଇଟି କୁଖ୍ୟାତ ଆତଙ୍କବାଦୀ ସଂସ୍ଥା ଅଲକାଇଦା ଓ ଆଇଏସ ଭାରତକୁ ଧମକ ଦେଇଛନ୍ତି । ଦିଲ୍ଲୀର ସମେତ ଭାରତର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରାଯିବ ବୋଲି ଧମକ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀ ପୁଲିସ ସତର୍କ ହୋଇଯାଇଛି ।

 

ସମ୍ବନ୍ଧିତ ଖବର