ଦିଲ୍ଲୀ ପ୍ରଦୂଷଣ ପୁଣି ସାଂଘାତିକ, ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କହିଲେ ପ୍ରଦୂଷଣ ବୋର୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଏନ୍‌ସିଆର୍‌ ଶୁକ୍ରବାର ଦିନ ଧୂଆଁ ମିଶ୍ରିତ କୁହୁଡ଼ିର ଚଦର ତଳେ ରହିଥିବା ବେଳେ ଅପରାହ୍ନରେ ସ୍ଥିତି ସାଂଘାତିକ ହୋଇଛି। ପ୍ରଦୂଷଣ ସ୍ତର ଖରାପରୁ ପୁଣି ଅତି ଖରାପ ସ୍ଥିତିକୁ ଚାଲିଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ପ୍ରଦୂଷଣ ବୋର୍ଡ ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦେଇଛି।

ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ଏବଂ ପୌର ପ୍ରଶାସନଗୁଡ଼ିକୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ତାପମାତ୍ରାରେ ହଠାତ୍‌ ହ୍ରାସ ଏବଂ ବାୟୁ ପ୍ରବାହର ବେଗ କମିବା ଯୋଗୁଁ ପ୍ରଦୂଷଣ ଉଦ୍‌ବେଗଜନକ ଭାବେ ବଢ଼ିଛି। ବିଷାକ୍ତ କୁହୁଡ଼ିର ବଳୟ ଭିତରେ ଥିବା ଦିଲ୍ଲୀରେ ଏବେ ନିଶ୍ବାସ ନେବା କଷ୍ଟକର ହୋଇପଡ଼ିଥିବା ବେଳେ ବାୟୁର ମାନ ସୂଚକାଙ୍କ ୪୭୦ରେ ପହଞ୍ଚିଛି। ଦିଲ୍ଲୀ ପ୍ରଶାସନ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେତେକ ଜରୁରୀ ପଦକ୍ଷେପ ହାତକୁ ନିଆଯାଇଛି।

ସମ୍ବନ୍ଧିତ ଖବର