ଖଟ୍ଟର ଅଙ୍କଲ ଓ କ୍ୟାପଟେନ ଅଙ୍କଲ ଆମ କଥା ବୁଝନ୍ତୁ : କେଜ୍ରିୱାଲ

ନୂଆଦିଲ୍ଲୀ: ଜହର ବଳୟରେ ପରିଣତ ହୋଇଛି ଦିଲ୍ଲୀ । ରାଜଧାନୀରେ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି ସୁପ୍ରିମକୋର୍ଟର ଏକ ପ୍ୟାନେଲ ଦିଲ୍ଲୀ ଓ ଏନସିଆରରେ ନଭେମ୍ବର ୬ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ଏହାସହ ନିର୍ମାଣ କାର୍ଯ୍ୟ ଓ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦିଲ୍ଲୀ-ଏନସିଆରରେ ଗୁରୁବାର ରାତିରେ ପ୍ରଦୂଷଣ ସ୍ତର ଗମ୍ଭୀର ହୋଇଯାଇଛି । ଏନେଇ ବାୟୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଦିଲ୍ଲୀ, ହରିୟାଣା ଓ ପଂଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

image source–oneindia

ଦୀପାବଳି ପରେ ପ୍ରଦୂଷଣର ସ୍ତର ବଢିବାକୁ ଲାଗିଥିବା ବେଳେ ପଡୋଶୀ ହରିୟାଣା ଓ ପଞ୍ଜାବର ଚାଷୀ ମାନେ ନଡାରେ ଲଗାଉଥିବା ନିଆଁ ସମସ୍ୟାକୁ ବଢାଇଦେଇଛି । ପଞ୍ଜାବ ଓ ହରିୟାଣାରେ କଟକଣା ସତ୍ୱେ ନଡାରେ ନିଆଁ ଲଗାଯାଉଛି । ବାୟୁ ଗୁଣବତା ରିସର୍ଚ୍ଚ ଅନୁଯାୟୀ ଦିଲ୍ଲୀରେ ବାୟୁ ମାନକ ୪୧୨ରେ ପହଂଚିଛି ଯାହା ଅତ୍ୟନ୍ତ ଉଦବେଗଜନକ ବୋଲି କୁହାଯାଇଛି ।

ସେହିପରି ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଜାରି ରହିଛି ରାଜନୀତି । ରାଜଧାନୀରେ ପ୍ରଦୂଷଣ ପାଇଁ ପଡୋଶୀ ପଞ୍ଜାବ ଓ ହରିୟାଣାକୁ ଦାୟୀ କରିଛନ୍ତି କେଜ୍ରିୱାଲ ସରକାର । ଦୁଇ ରାଜ୍ୟରେ ଫସଲ ପରେ ନଡାରେ ଲଗାଯାଉଥିବା ନିଆଁ ଯୋଗୁଁ ଦିଲ୍ଲୀର ପ୍ରଦୂଷଣ ବଢୁଥିବା କେଜ୍ରିୱାଲ କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କେଜ୍ରିୱାଲ କହିଛନ୍ତି ଯେ ଖଟ୍ଟର ଅଙ୍କଲ ଓ କ୍ୟାପଟେନ ଅଙ୍କଲ ଆମର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ସମ୍ବନ୍ଧିତ ଖବର