ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର ତଥା ଆଖାପାଖ ଅଞ୍ଚଳରେ ପରିବେଶ କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଛି। ଦିଲ୍ଲୀ ଏକ ଧୂଆଁର ଚାଦରରେ ଘୋଡାଇ ହେବା ଭଳି ଦୃଶ୍ୟମାନ ହେଉଛି। ରାସ୍ତାଘାଟରେ ଯାତାୟତରେ ଅସୁବିଧା ହେବା ସହିତ ଦୁର୍ଘଟଣା ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଦିଲ୍ଲୀରେ ଅଡ-ଇଭେନ୍‌ ଯୋଜନା ପୁର୍ନବାର ଆରମ୍ଭ ହେବାକୁ ଯାଉଛି। ଗୁରୁବାର ନଭେମ୍ବର ୯ ତାରିଖରେ  ଉଚ୍ଚନ୍ୟାୟାଳୟ ଏହି ପ୍ରସଙ୍ଗ ସମ୍ପର୍କରେ ଆଲୋଚନା  କରି , ଏଭଳି ପରିସ୍ଥିତି କେଉଁ ପଦକ୍ଷେପ ଉଠାଯିବା ଜାରୁରୀ ସେ ନେଇ ନିର୍ଦ୍ଦେଶ ଦେବା ପରେ ଦିଲ୍ଲୀ ସରକାର ଅଡ-ଇଭେନ୍‌ ଯୋଜନା ଆରମ୍ଭ ନେଇ ନିଷ୍ପତ୍ତି ନେଇଥିଲେ।

Advertisment

publive-image

ଏଏନ୍‌ଆଇ ପକ୍ଷରୁ ପ୍ରକାଶ, ଦିଲ୍ଲୀରେ ନଭେମ୍ବର ୧୩ରୁ ୧୭ ମଧ୍ୟ ଅଡ-ଇଭେନ୍‌ ବ୍ୟବସ୍ଥା ଲାଗୁ ହୋଇଯିବ। ଅଡ ଦିନରେ ଅଡ ନମ୍ବର ଥିବା ଗାଡ଼ି ଇଭେନ୍‌ ଦିନେ ଇଭେନ୍‌ ଥିବା ଗାଡ଼ି ହିଁ କେବଳ ଚାଲିବ।

ଦିଲ୍ଲୀରେ ଗୁରୁବାର ସକାଳେ ଏକ ପ୍ରଦୂଷଣର ଛାୟା ରହିଥିଲା। ଦିଲ୍ଲୀରେ ନ୍ୟୁନତମ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍‌ ରହିଛି। ପାଣିପାଗ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୁରୁବାର ଅନେକ ଅଞ୍ଚଳରେ ମଧ୍ୟମସ୍ତରର ପ୍ରଦୂଷଣ ଛାୟା ରହିଥିଲା ବେଳେ କେତେକାଂଶରେ ଘନ ପ୍ରଦୂଷଣ ଛାୟା ଥିବା ଦେଖିବାକୁ ମିଳିଥିଲା। ସକାଳ ୮.୩୦ ପର୍ଯ୍ୟନ୍ତ ବାତାବରଣର ଆଦ୍ରତା ୯୩ ପ୍ରତିଶତ ରହିଥିଲା।

publive-image

ଆଗାମାୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଏଭଳି ବାତାବରଣ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ରବିବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ବାହାରକୁ ଛାଡ଼ିବା ସେମାନଙ୍କ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ! ଦିଲ୍ଲୀ ଗ୍ୟାସ ଚାମ୍ବର ପାଲଟି ଯାଇଛି ବୋଲି କହିଛନ୍ତି କେଜ୍ରିଓ୍ଵାଲ।