ପ୍ରଦୂଷଣ କମିବା ପ‌ରେ ଦିଲ୍ଲୀରେ ବୁଧବାରଠାରୁ ଖୋଲିବ ସ୍କୁଲ, ଟ୍ରକ ପ୍ରବେଶକୁ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଟିକିଏ କମ ହେବା ପରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ଘୋଷଣା କରିଛନ୍ତି ଯେ, ବୁଧବାରଠାରୁ ଦିଲ୍ଲୀରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲାଯିବ। ଏହା ସହ ପ୍ରଦୂଷଣକୁ ଆଖି ଆଗରେ ରଖି ୫୦% ସରକାରୀ କର୍ମଚାରୀ ଘରୁ କାମ କରିବାର ନିୟମ ମଧ୍ୟ ହଟାଇ ଦିଆଯାଇଛି। ଆଜିଠାରୁ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟାଳୟକୁ ଆସି କାମ କରିବେ।

ସହରରେ ବାୟୁ ଗୁଣବତ୍ତା ଉନ୍ନତ ହେବା ସହିତ ରାଜପଥ, ସଡ଼କ, ଫ୍ଲାଏଓଭର ଇତ୍ୟାଦି ନିର୍ମାଣ କାର୍ଯ୍ୟ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ପରିବେଶ ମନ୍ତ୍ରୀ ଘୋଷଣା କରିଛନ୍ତି। ସୋମବାର ସକାଳେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ସାମାନ୍ୟ ଉନ୍ନତି ପରେ ସୋମବାର ସକାଳ ୯ଟାରେ ୩୫୨ରେ ରହିଥିଲା। ପ୍ରଦୂଷଣ ସାମାନ୍ୟ କମ ହେବା ପରେ ଦିଲ୍ଲୀ ସରକାର ପୁଣି ଥରେ ନିୟମ କୋହଳ କରିଛନ୍ତି।

କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀରେ ଟ୍ରକ୍ ପ୍ରବେଶ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛି। ଅଣ-ବିଏସ୬ ଡିଜେଲ ଯାନ ଉପରେ ଥିବା ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀରେ ଟ୍ରକ ପ୍ରବେଶ କରିପାରିବା ସହ ଅଣ-ବିଏସ୬ ଡିଜେଲ ଯାନ ଚଳାଚଳ କରିପାରିବ।

ସମ୍ବନ୍ଧିତ ଖବର