ଦିଲ୍ଲୀ ରେଳ ଷ୍ଟେସନରେ ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୪ଟି ଗାଡ଼ି

ନୂଆଦିଲ୍ଲୀ : ଦିଲ୍ଲୀ ରେଳ ଷ୍ଟେସନରେ ନିଆଁ । ଶୁକ୍ରବାର ମଧ୍ୟାହ୍ନରେ ଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର ୮ରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଏ ନେଇ ସୂଚନା ଦିଆଯିବା ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୪ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ତେବେ ନିଆଁ ଲାଗିବାର କାରଣ ସାମ୍ନାକୁ ଆସି ନଥିବା ବେଳେ ନିଆଁ ଦିନ ୨ଟାରେ ଲାଗିଥିଲା ବୋଲି ସୂଚନା ମିଳିଛି ।

ଚଣ୍ଡିଗଡ଼-କୋଚୁଭଲି ଏକ୍ସପ୍ରେସ୍‌ର ପଛରେ ଥିବା ପାଓ୍ଵାର କାର୍‌ରେ ନିଆଁ ଲାଗିଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣା ପଡ଼ିଛି । ତେବେ ହଠାତ୍‌ ନିଆଁ ଲାଗିବା ଖବର ଶୁଣି ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା । ଯାହା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଥିବା ନେଇ ସୂଚନା ମିଳିଛି । ଅଗ୍ନିଶମ ବିଭାଗର ୪ଟି ଗାଡ଼ି ନିଆଁକୁ ଆୟତ୍ତ କରୁଥିବା ବେଳେ ଅଧିକ ସୂଚନା ପାଇଁ ଏବେ ଘଟଣାର ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର