ନୂଆଦିଲ୍ଲୀ: ଜାନୁଆରି ୨୬ ଦିନ ଦେଶ ଯେତେବେଳେ ସାଧାରଣତନ୍ତ୍ର ଦିବସ ପାଳନ କରୁଥିଲା, ସେତିକି ବେଳେ ଦିଲ୍ଲୀର ଶାହଦରାରେ ପ୍ରତିଶୋଧ ନେବା ପାଇଁ ଜଣେ ମହିଳାଙ୍କୁ ଅପହରଣ କରି ତାଙ୍କ ସହ ଗଣଦୁଷ୍କର୍ମ କରାଗଲା। ଏହାପରେ କିଛି ମହିଳା ସେହି ମହିଳାଙ୍କର ଚୁଟି କାଟି ମୁହଁରେ କାଳି ବୋଳି ବେକରେ ଚପଲ ମାଳା ପିନ୍ଧାଇ ରାସ୍ତାରେ ବୁଲାଇଥିଲେ।

Advertisment

ପୁଲିସ ଏହି ମାମଲାରେ ୪ ଜଣ ମହିଳାଙ୍କୁ ଗିରଫ କରିଛି। ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ଵାତୀ ମାଲିଓ୍ଵାଲ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ। ସ୍ଵାତୀ ମାଲିଓ୍ଵାଲ ମହିଳାଙ୍କୁ ରାସ୍ତାରେ ବୁଲାଉଥିବାର ଭିଡିଓ ଟ୍ଵିଟରରେ ଶେୟାର କରି ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଛନ୍ତି। ସେ ଯୁବତୀ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କିରବା ପାଇଁ କହିଛନ୍ତି। ମାଲିଓ୍ଵାଲ କହିଛନ୍ତି, ସେ ମହିଳାଙ୍କୁ ଭେଟିଛନ୍ତି । ମହିଳା ଜଣକ କହିଛନ୍ତି ୩ ଜଣ ଲୋକ ତାଙ୍କ ସହ କିପରି ଗଣଦୁଷ୍କର୍ମ କରିଛନ୍ତି। ମହିଳାଙ୍କ ଶରୀରରେ ଅମାନବୀୟ ଘା କରି ଦିଆହୋଇଛି। ସେ କହିଛନ୍ତି ମଦ ବିକ୍ରୟ କରୁଥିବା ଲୋକମାନେ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ।

publive-image

ପୁଲିସ କହିଛି, ବ୍ୟକ୍ତିଗତ ଝଗଡାରୁ ମହିଳାଙ୍କ ସହ ଏପରି କାର୍ଯ୍ୟ କରାହୋଇଛି । ଏହି ମାମଲାର ତଦନ୍ତ କରିବା ପାଇଁ ଆଦେଶ ଦିଆ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଶାହଦରାରେ ହୋଇଥିବା ଏହି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ। ଏହି ଘଟଣାରେ ଆମେ ୪ ଜଣଙ୍କୁ ଗିରଫ କରିଛୁ । ପୀଡିତାଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଦିଆଯାଉଛି ଓ କାଉନସେଲିଂ କରାଯାଉଛି।

ମିଡିଆ ରିପୋର୍ଟ ଅନୁସାରେ, ଶାହଦରାରେ ନଭେମ୍ବର ୨୦୨୧ରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଏହାପରେ ଯୁବକଙ୍କ ପରିବାର ଲୋକ କହି ଆସୁଥିଲେ ସେହି ମହିଳାଙ୍କ ପାଇଁ ତାଙ୍କ ପୁଅ ଆତ୍ମହତ୍ୟା କରିଥିଲା । ଏହି ଯୁବକ ସବୁବେଳେ ସେହି ମହିଳାଙ୍କ ପଛରେ ଘୁରି ବୁଲୁଥିଲା। ପୀଡିତାଙ୍କ ଭଉଣୀ ଏହି ମାମଲାରେ ନିଜ ପକ୍ଷ ରଖି କହିଛନ୍ତି, ତାଙ୍କ ପୀଡିତା ଭଉଣୀ ବିବାହିତା ଅଟନ୍ତି ଓ ତାଙ୍କର ଏକ ପୁଅ ବି ଅଛି। ଯୁବକ ଜଣକ ଆତ୍ମହତ୍ୟା କରିବା ପରେ ସେ ଭଡା ଘରେ ରହୁଥିଲେ। ସେହି ଯୁବକଙ୍କ କାକା ତାଙ୍କୁ କଡକଡଡୁମାରୁ ତାକୁ ଅପହରଣ କରି ନେଇଥିଲା ଓ ତାପରେ ତା ସହିତ ଆମାନବୀୟ କାର୍ଯ୍ୟ କରା ହେଲା ।