ନୂଆଦିଲ୍ଲୀ: ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା କାରଣରୁ କାହାର ମୃତ୍ୟୁ ହୋଇନାହିଁ। ଦୀର୍ଘ ୧୦ମାସ ପରେ ଏହି ଦିନ ଦିଲ୍ଲୀବାସୀଙ୍କୁ ଦେଖିବାକୁ ମିଳିଛି। ଗୋଟେ ସମୟରେ ଦିଲ୍ଲୀରେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଅଧିକ ରହୁଥିବା ବେଳେ ଆଜିର ଦିନଟି ଦିଲ୍ଲୀବାସୀଙ୍କ ପାଇଁ ଖୁସି ଆଣିଦେଇଛି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଆଜି ଦିଲ୍ଲୀରେ ୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୪ଜଣ ସୁସ୍ଥ ହୋଇଛନ୍ତି। ଏହାସହ ମୃତ୍ୟୁସଂଖ୍ୟା ଶୂନ ରହିଛି।
ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୬,୩୬,୨୬୦ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬,୨୪,୩୨୬ଜଣ ସୁସ୍ଥ ହୋଇଛନ୍ତି। ୧୦,୮୮୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୫୨ରହିଛି। ଏହା ସହ ୪୪୧ଜଣ ହୋମ ଆଇସୋଲେସନରେ ରହିଛନ୍ତି। ସର୍ବଶେଷ ତଥ୍ୟ ଦର୍ଶାଉଛି ଯେ, ଦିଲ୍ଲୀର ପୁନରୁଦ୍ଧାର ହାର ୯୮.୧୨ ପ୍ରତିଶତକୁ ବୃଦ୍ଧି ପାଇଛି।
660 Newsଏହି ମଧ୍ୟରେ, ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ମୋଟ ୫୬,୪୧୦ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୧,୩୦୦ ଟି ଆରଟି-ପିସିଆର ପରୀକ୍ଷା କରାଯାଇଥିବାବେଳେ ୨୫,୧୧୦ ଟି ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି। କୋଭିଡ -୧୯ ଚିହ୍ନଟ କରିବା ପାଇଁ ଏପର୍ଯ୍ୟନ୍ତ ଦିଲ୍ଲୀ ୧,୧୨,୫୬,୯୬୧ ନମୁନା ପରୀକ୍ଷା କରିସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/ସ-26.jpg)