ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଦିଲ୍ଲୀର ବାୟୁ ଗୁଣବତ୍ତା। ସବୁବର୍ଷ ଭଳି ଏବର୍ଷ ମଧ୍ୟ ଶୀତଦିନ ଆସିବା ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ବିଗିଡ଼ିଛି। ଶୀତ ଆରମ୍ଭରୁ ହିଁ ବାୟୁ ପ୍ରଦୂଷଣ ନିମ୍ନ ସ୍ତରକୁ ଖସିଥିବା ବେଳେ ଏବେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ଦିଲ୍ଲୀରେ ବାୟୁ ଗୁଣବତ୍ତା ଖରାପ ହେବାରୁ ସହରରେ ଥିବା ସମସ୍ତ ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହ ଜାତୀୟ ରାଜଧାନୀରେ ହାଲୁକା ବ୍ୟବସାୟିକ ଯାନ ଏବଂ ଡିଜେଲ ଚାଳିକ ଟ୍ରକର ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ସ୍କୁଲଗୁଡ଼ିକୁ ଅନଲାଇନରେ କ୍ଲାସ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନରୁ ୫୦ ଭିତରେ ରହିଲେ ଉତ୍ତମ, ୫୧ରୁ ୧୦୦ ଭିତରେ ରହିଲେ ସନ୍ତୋଷଜନକ, ୧୦୧-୨୦୦ ଭିତରେ ରହିଲେ ମଧ୍ୟମ, ୨୦୧ରୁ ୩୦୦ ଭିତରେ ରହିଲେ ଖରାପ, ୩୦୧ରୁ ୪୦୦ ଭିତରେ ରହିଲେ ଅତି ଖରାପ ଏବଂ ୪୦୧ରୁ ୫୦୦ ଭିତରେ ରହିଲେ ସାଂଘାତିକ ବୋଲି ଧରାଯାଏ।

ଏବେ ଦିଲ୍ଲୀରେ ବାୟୁମାନ ସୂଚକାଙ୍କ ୪୦୦ ରହିଛି। ଆଗକୁ ପାଗ ଖରାପ ହେଲେ ବାୟୁମାନ ସୂଚକାଙ୍କ ଆହୁରି ଖରାପ ହେବାର ସମ୍ଭାବନା ଥିବାରୁ ଦିଲ୍ଲୀ ସରକାର ଏବେଠୁ ସତର୍କ ହୋଇଛନ୍ତି।