ଦିଲ୍ଲୀ ଦଙ୍ଗା ମାମଲା: ଜାମିନ ଉପ‌ରେ ରୋକ୍‌ ଲଗାଇଲେନି ସୁପ୍ରିମକୋର୍ଟ, ହାଇକୋର୍ଟ ରାୟର ତର୍ଜମା ହେବ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ମାମଲାରେ ୩ ଛାତ୍ରନେତା ନତାଶା ନରୱାଲ୍‌, ଦେବାଙ୍ଗନା କଲିଥା ଏବଂ ଆସିଫ ଇକବଲ୍‌ ତନ୍‌ହା ଗତକାଲି ଜେଲ୍‌ରୁ ମୁକୁଳିଛନ୍ତି। ‌‌ତେବେ ଏହି ୩ କାର୍ଯ୍ୟକର୍ତ୍ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ମଂଜୁର କରିବାପରେ ଦିଲ୍ଲୀ ପୁଲିସ ସେମାନଙ୍କ ଜାମିନକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଆଜି ଆବେଦନର ଶୁଣାଣି କରିବା ସହ ହାଇକୋର୍ଟଙ୍କ ରାୟରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ଭି ରାମସୁବ୍ରମଣ୍ୟନ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ଏହି ପ୍ରସଙ୍ଗ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଏବଂ ଦେଶବ୍ୟାପୀ ଏହାର ପ୍ରଭାବ ରହିଥିବାରୁ ହାଇକୋର୍ଟ ରାୟର ତର୍ଜମା କରାଯିବ।

ସମ୍ବନ୍ଧିତ ଖବର